ଟିକାକରଣ ପୂର୍ବରୁ ଆସିପାରେ ଟିକା!

ଭୁବନେଶ୍ୱର, ରାଜ୍ୟରେ ୧୬ରେ ଆରମ୍ଭ ହେବ ଟିକାକରଣ । ଏହାର ଦୁଇ ଦିନ ପୂର୍ବରୁ ରାଜ୍ୟକୁ ଟିକା ଆସିପାରେ ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ରାଜ୍ୟର ୧୬୦ଟି ସ୍ଥାନରେ ଟିକାକରଣ କରାଯିବ । ଦୁଇଟି ଜାଗାରେ ଟୁୱେ କମ୍ୟୁନିକେସନ ରହିବ। ସୁନ୍ଦରଗଡ଼ ଓ କ୍ୟାପିଟାଲ ହସ୍ପିଟାଲରେ ଏହି ବ୍ୟବସ୍ଥା ରହିବ। ସିଧାସଳଖ ଏହି ଦୁଇ ସ୍ଥାନରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଟିକା ସମ୍ପର୍କରେ ଫିଡ଼ ବ୍ୟାକ ନେଇ ପାରିବେ। ଟିକାକରଣକୁ ସୁପରିଚାଳନା କରିବା ପାଇଁ ରାଜ୍ୟ ସ୍ତରରେ ଷ୍ଟେଟ ମନିଟରିଂ ଟିମ୍ ଗଠନ ହୋଇଛି।

Leave A Reply

Your email address will not be published.