ଭୁବନେଶ୍ୱର-୨୦.୦୪.୨୦୨୧, ଆସନ୍ତା ମେ ୧ ରୁ ୧୮ ବର୍ଷରୁ ଉର୍ଦ୍ଧ୍ୱଙ୍କ ଟିକାକରଣ କରାଯିବ । ଓଡିଶା ଟିକାକରଣ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଯୁବ ଗୋଷ୍ଠୀଙ୍କ ଟିକାକରଣ ପାଇଁ ଅଧିକ ସେସନ ସାଇଟ ଓ ଟିକାକରଣ କେନ୍ଦ୍ର ଖୋଲାଯିବ। ଟିକାକରଣ ପାଇଁ କୋୱିନ ଆପ ବା ସ୍ପଟ ରେଜିଷ୍ଟ୍ରେସନ ମାଧ୍ୟମରେ ପଞ୍ଜିକରଣ କରାଯିବ ।
ସୂଚନା ଅନୁସାରେ ରାଜ୍ୟରେ ବର୍ତ୍ତମାନ ୩.୫ ଲକ୍ଷ ଟିକା ମହଜୁଦ ରହିଛି । ଆଜି ୧ ଲକ୍ଷ ଟିକା ଓଡିଶାକୁ ଆସୁଛି ।
ରାଜ୍ୟରେ କରୋନାର ପ୍ରକୋପ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାକୁ ନେଇ ସାରା ରାଜ୍ୟରେ ସପ୍ତାହାନ୍ତ ସଟଡାଉନ ଘୋଷଣା କରାଯାଇଛି । ଆସନ୍ତା ୨୪ ତାରିଖରୁ ରାଜ୍ୟର ସହରାଞ୍ଚଳରେ ପ୍ରତି ଶନିବାର ଓ ରବିବାର ସଟଡାଉନ ଘୋଷଣା ହୋଇଛି । ସଟଡାଉନବେଳେ ରାଜ୍ୟରେ ଟିକାକରଣ ବନ୍ଦ ରହିବ । ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।