ଭୁବନେଶ୍ୱର ଉପଜିଲ୍ଲାପାଳ ଅଫିସର ବରିଷ୍ଠ କିରାଣୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ

ଭୁବନେଶ୍ୱର, ଭୁବନେଶ୍ୱର ଉପଜିଲ୍ଲାପାଳ ଅଫିସର ବରିଷ୍ଠ କିରାଣୀ ଉଦୟନାଥ ଜେନାଙ୍କ ଘର ସମେତ ତିନିଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢଉ ଜାରି ରହିଛି। ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ୱର ଭିଜିଲାନ୍ସ ପକ୍ଷରୁ ଉଦୟନାଥ ଜେନାଙ୍କ ସୁନ୍ଦରପଦାସ୍ଥିତ ଘର, କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବ୍ଲକ୍‌ ଅନ୍ତର୍ଗତ ଏଣ୍ଡୁଳପୁର ଗ୍ରାମରେ ଥିବା ପୈତୃକ ଘର ଓ ତାଙ୍କ ଅଫିସରେ ଚଢଉ ଜାରି ରହିଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କିରାଣି ଉଦୟନାଥ ଜେନାଙ୍କ ଘରେ ଚଢାଉ କରାଯାଇଛି ।

Leave A Reply

Your email address will not be published.