You are currently viewing ଭିଜିଲାନ୍ସ ଜାଲରେ ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ବିଭାଗ ଅଧିକାରୀ ସଂଗ୍ରାମ କେଶରୀ ଜେନା

ଭିଜିଲାନ୍ସ ଜାଲରେ ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ବିଭାଗ ଅଧିକାରୀ ସଂଗ୍ରାମ କେଶରୀ ଜେନା

ଏଏନଏସ୍: ଭିଜିଲାନ୍ସ ଜାଲରେ ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ଅଧିକାରୀ ସଂଗ୍ରାମ କେଶରୀ ଜେନା। ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍। ବାଲୁଗାଁ, ଟାଙ୍ଗୀ ଓ ବାଣପୁର ସମେତ ୪ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ। ଚଢ଼ାଉରେ ୩ଜଣ ଡିଏସପି, ୧୦ଜଣ ଇନ୍ସପେକ୍ଟର ଓ ଅନ୍ୟାନ୍ୟ ଅଧିକାରୀ ସାମିଲ୍ ରହିଛନ୍ତି। ଖୋର୍ଦ୍ଧା ବାଲୁଗାଁରେ ତାଙ୍କର ଏକ ତିନି ମହଲା କୋଠା, ଟାଙ୍ଗୀରେ ଏକ କୋଠା ଓ ବାଲୁଗାଁରେ ତାଙ୍କ ସମ୍ପର୍କୀୟଙ୍କ ଘରେ ଚଢ଼ାଉ ଚାଲିଛି। ଖୋର୍ଦ୍ଧା ବାଣପୁରରେ ମଧ୍ୟ ତାଙ୍କର ୩ଟି ପ୍ଲଟ ଥିବା ଜଣାପଡିଛି। ସୂଚନାଯୋଗ୍ୟ ପୂର୍ବରୁ ଗଞ୍ଜାମ ବୁଗୁଡାର ତହସିଲଦାର ଥିଲେ ସଂଗ୍ରାମ କେଶରୀ ଜେନା।

ଅନ୍ୟମାନଙ୍କୁ ଜଣାନ୍ତୁ।