ଏଏନଏସ: ରାଜଧାନୀ ଭୁବନେଶ୍ବରର କିଛି ସ୍ଥାନରେ ଆଜି ଅପରାହ୍ଣରେ କାଳବୈଶାଖୀ ଅନୁଭୂତ ହୋଇଛି। କାଳବୈଶାଖୀର ପ୍ରଭାବରେ କୁଆପଥର ମାଡ଼ ହୋଇଛି। ସୂଚନାଯୋଗ୍ୟ ଭୁବନେଶ୍ବରରୁ ଦିଲ୍ଲୀ ଅଭିମୁଖେ ବାହାରିଥିବା ଏକ ବିମାନ ‘ଭିସ୍ତାରା’ ଉପରେ କୁଆପଥର ମାଡ଼ ହୋଇଛି। ଫଳରେ ଉଡ଼ାଣ ପ୍ରଭାବିତ ହେବାଦ୍ଵାରା ବିମାନଟି ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀ ଅବତରଣ କରିଛି।
ସୂଚନା ଅନୁସାରେ ବିମାନଟି ଭୁବନେଶ୍ବରରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ବେଳେ ଆକାଶରେ କୁଆପଥର ମାଡ଼ର ସାମ୍ନା କରିଥିଲା। କୁଆପଥର ପଡ଼ିବା କାରଣରୁ ୱିଣ୍ଡସିଲ କ୍ରାକ ହୋଇଥିଲା। ଏହି କାରଣରୁ ଉଡ଼ାଣର ୧୦ ମିନିଟ ଭିତରେ ଏହା ପ୍ରାଓରିଟି ଲାଣ୍ଡିଂ କରିଥିଲା। ତେଣୁ ପାଖରୁ ହିଁ ବିମାନଟି ବ୍ୟାକ ଲ୍ୟାଣ୍ଡିଂ କରିଥିଲା। ବିମାନରେ ୧୬୯ ଯାତ୍ରୀଙ୍କ ସହ ୮ ଜଣ କ୍ରୁ ସଦସ୍ୟ ରହିଥିଲେ। ସମସ୍ତେ ସୁସ୍ଥ ଅଛନ୍ତି। ଅନ୍ୟପଟେ ଯାତ୍ରୀଙ୍କ ସୁବିଧା ପାଇଁ ଭିସ୍ତାରା ଦ୍ଵାରା ଅନ୍ୟ ୨ ବିମାନ ବ୍ୟବସ୍ଥା କରାଯାଇଛି।