You are currently viewing ରାଜ୍ୟଗୋଷ୍ଠୀ ଦିବସ ଉପଲକ୍ଷେ ପ୍ରଦର୍ଶନୀ ଭଲିବଲ ମ୍ୟାଚ ଅନୁଷ୍ଠିତ

ରାଜ୍ୟଗୋଷ୍ଠୀ ଦିବସ ଉପଲକ୍ଷେ ପ୍ରଦର୍ଶନୀ ଭଲିବଲ ମ୍ୟାଚ ଅନୁଷ୍ଠିତ

ପୁରୀ(ଏଏନଏସ)୧୪/୦୩, ରାଜ୍ୟଗୋଷ୍ଠୀ ଦିବସ ପାଳନ ଉପଲକ୍ଷେ ବ୍ଲୁ ଫ୍ଲାଗ ବିଚରେ ପ୍ରଦର୍ଶନୀ ଭଲିବଲ ମ୍ୟାଚ ଅନୁଷ୍ଠିତ ହୋଇଛି । ଏହି ଅବସରରେ କୋଲକତାସ୍ଥିତ ବ୍ରିଟିଶ ହାଇ କମିଶନର ନିକ ଡି’ ଲୋ ଯୋଗ ଦେଇଥିଲେ । ଉକ୍ତ ପ୍ରଦର୍ଶନୀ ଭଲିବଲ ମ୍ୟାଚରେ ଓଡିଶା ସ୍ପୋର୍ଟସ ବନାମ ୟୁକେ ଇନ କୋଲକାତା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଓଡିଶା ସ୍ପୋର୍ଟସ ଏହି ମ୍ୟାଚରେ ବିଜୟୀ ହୋଇଥିଲା ।

ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା, ଡିଏଫଓ ପି. ରମାସ୍ବାମୀ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ, ଜିଲ୍ଲା କ୍ରୀଡାଧିକାରୀ ଶ୍ରୀ ଚନ୍ଦନ କୁମାର ସାହୁ, ଯୁବ ଓ କ୍ରୀଡା ବିଭାଗ ପକ୍ଷରୁ ଯୁବ ବିକାଶ ବିଶେଷଜ୍ଞ ଡଃ ପ୍ରବୀର ମିଶ୍ର, ଶ୍ରୀ ରଶ୍ମିରଞ୍ଜନ ମହାପାତ୍ର, ଶ୍ରୀ ଦିପ୍ତ ମିଶ୍ର ଏବଂ ୟୁକେ ଇନ କୋଲକତା ଟିମରେ ପୂର୍ବ ଓ ଉତ୍ତର- ପୂର୍ବ ଭାରତର ଯୋଗାଯୋଗ ମୁଖ୍ୟ ଶ୍ରୀ ଅମିତ ସେନଗୁପ୍ତା ପ୍ରମୁଖ ଉପସ୍ଥିତ ଥିଲେ । ଏହାପରେ ଡେପୁଟି ହାଇ କମିଶନର ମନ୍ଦିର ଯାଇ ପତିତପାବନଙ୍କୁ ଦର୍ଶନ କରିବା ସହ କୋଣାର୍କ ମନ୍ଦିର ପରଦର୍ଶନ କରିଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।