You are currently viewing ଅଗ୍ନି ନିର୍ବାପକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଅଗ୍ନି ନିର୍ବାପକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

  • Post category:ଓଡିଶା
  • Reading time:1 mins read

ପୁରୀ(ଏଏନଏସ)୦୬/୦୮, ଚନ୍ଦନପୁର ସ୍ଥିତ ୱାଣ୍ଡରୱାଲ୍ଡ ୱାଟର ପାର୍କ ପରିସରରେ ଅଗ୍ନି ନିର୍ବାପକ ପ୍ରଶିକ୍ଷଣ ତଥା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅଗ୍ନିଶମ ଅଧିକାରୀ ପ୍ରଦୀପ କୁମାର ରାଉତ ଯୋଗ ଦେଇ ନିଆଁ ଲାଗିବା ସମୟରେ ଓ ଏହା ପୂର୍ବରୁ କିଭଳି ନିଜର ଜୀବନ ଓ ଯନ୍ତ୍ରାଂଶକୁ ଅଗ୍ନି କବଳରୁ ରକ୍ଷା କରାଯାଇପାରିବ ସେ ସମ୍ପର୍କରେ ପାର୍କର କର୍ମଚାରୀ ମାନଙ୍କୁ ପ୍ରଶିକ୍ଷିତ କରାଇଥିଲେ ।

ୱାଟର ପାର୍କ ମଧ୍ୟକୁ ଆସୁଥିବା ପର୍ଯ୍ୟଟକ ମାନଙ୍କୁ କିଭଳି ଭାବରେ ପାଣି ଜନିତ ଦୁର୍ଘଟଣାରୁ ରକ୍ଷା କରିହେବ ସେ ସମ୍ପର୍କରେ ବୁଝାଇଥିଲେ । ଏଥରେ ଯୋଗ ଦେଇଥିବା ଆଗ୍ନିକମାନେ ସେମାନଙ୍କର ନିଆଁ ଲିଭାଇବାର ପ୍ରଣାଳୀ ଓ ଧନ ଜୀବନ କିପରି ରକ୍ଷା କରାଯାଇପାରିବ ସେ ସଂପର୍କରେ ଡେମୋ ଦେଖାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ୱାଟର ପାର୍କର ପରିଚାଳନା ନିର୍ଦ୍ଦେଶକ ତଥା ଶିଳ୍ପପତି ନାରାୟଣ ପାତ୍ର, ମୁଖ୍ୟ ପ୍ରଶାସକ ଗିରିଜା ଶଙ୍କର ରଥ ଓ ସାଧାରଣ ପରିଚାଳକ ବିଭୂତି ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।