You are currently viewing ତମ୍ବା ଧାତୁ ପିନ୍ଧିବା ଦ୍ୱାରା ବର୍ଷିଥାଏ ସୂର୍ଯ୍ୟଦେବଙ୍କ କୃପା, ଜାଣନ୍ତୁ ଧାରଣ କରିବେ କିପରି

ତମ୍ବା ଧାତୁ ପିନ୍ଧିବା ଦ୍ୱାରା ବର୍ଷିଥାଏ ସୂର୍ଯ୍ୟଦେବଙ୍କ କୃପା, ଜାଣନ୍ତୁ ଧାରଣ କରିବେ କିପରି

  • Post category:ଓଡିଶା
  • Reading time:1 mins read

ବୈଦିକ ଜ୍ୟୋତିଷଶାସ୍ତ୍ରରେ ପ୍ରତ୍ୟେକ ଧାତୁ କୁ କୌଣସି ନା କୌଣସି ଗ୍ରହର କାରକ କୁହାଯାଇଥାଏ। ଏହାକୁ ଧାରଣ କରିବା ଦ୍ୱାରା ଜୀବନରେ ଶୁଭ ଏବଂ ଅଶୁଭ ପ୍ରଭାବ ପଡ଼ିଥାଏ। ଏସବୁ ମଧ୍ୟରୁ ଗୋଟିଏ ଧାତୁ ହେଉଛି ତମ୍ବା। ତମ୍ବା ଧାତୁ ସୂର୍ଯ୍ୟ ଗ୍ରହର କାରକ। ଏହାକୁ ତେଜ ଏବଂ ବଳଶାଳୀ ଗ୍ରହ କୁହାଯାଇଥାଏ। ସେହିଭଳି ତମ୍ବା ଧାତୁକୁ ପୂଜା ମଧ୍ୟ କରାଯାଇଥାଏ। ପୁରାତନ ଯୁଗରୁ ଏହି ଧାତୁରେ ନିର୍ମିତ ପାତ୍ର ପୂଜା କାର୍ଯ୍ୟରେ ମଧ୍ୟ ବ୍ୟବହାର ହୋଇଆସୁଛି। ସେହିଭଳି କୌଣସି ବ୍ୟକ୍ତିଙ୍କ କୁଣ୍ଡଳୀରେ ସୂର୍ଯ୍ୟ ଦୁର୍ବଳ ଥିଲେ ମଜବୁତ କରିବା ପାଇଁ ତମ୍ବା ଧାତୁ ଧାରଣ କରିବା ପାଇଁ କୁହାଯାଇଥାଏ। ଏହାକୁ ଧାରଣ କରିବା ଦ୍ୱାରା ସୂର୍ଯ୍ୟ ମଜବୁତ ହେବା ସହ ଭାଗ୍ୟ ମଧ୍ୟ ମଜବୁତ ହୋଇଥାଏ।ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଲୋକମାନେ ନିଜର ଭବିଷ୍ୟତ ଉଜ୍ଜ୍ୱଳ ପାଇଁ ତମ୍ବାରେ ନିର୍ମିତ ହୋଇଥିବା କଏନ ବ୍ୟବହାର କରିଥାନ୍ତି। ତେବେ ଜାଣନ୍ତୁ ତମ୍ବା କଏନ କୁ କିପରି ଧାରଣ କରାଯାଏ। ମାନ୍ୟତା ରହିଛି ପୂଜା ଘରେ ତମ୍ବା ପତ୍ର ପ୍ରୟୋଗ କରିବା ସହ ଏହା ଦ୍ୱାରା ଯଦି କିଛି ଉପାୟ ପାଳନ କରାଯାଏ ତେବେ ସୂର୍ଯ୍ୟଦେବ ଶୁଭଫଳ ପ୍ରଦାନ କରିଥାନ୍ତି। ତମ୍ବାର ଏହି ଲକେଟକୁ ଆପଣ ସୋମବାର,ମଙ୍ଗଳବାର କିମ୍ବା ଶନିବାର ଦିନ ସ୍ନାନ ସାରି ପୂଜାପାଠ ସାରି ଗଳାରେ ଧାରଣ କରନ୍ତୁ।

ଯଦି ଆପଣ ବେକରେ ନପିନ୍ଧୁଛନ୍ତି ତେବେ ବାହୁରେ ମଧ୍ୟ ଧାରଣ କରିପାରିବେ। ଏହି ଧାତୁ ଦେହରେ ପିନ୍ଧିବା ଦିନ କୌଣସି ମାଦକ ଦ୍ରବ୍ୟ କିମ୍ବା ଆମିଷ ଭୋଜନ କରିବେ ନାହିଁ। ଏସବୁ ବ୍ୟତୀତ କୁଣ୍ଡଳୀରେ ସୂର୍ଯ୍ୟ ଦୁର୍ବଳ ହେବା ଦ୍ୱାରା ଚାକିରି କ୍ଷେତ୍ରରେ ସମସ୍ୟା ଦେଖାଯାଇଥାଏ। ଏପରି କି କୌଣସି କାର୍ଯ୍ୟରେ ସଫଳତା ମଧ୍ୟ ମିଳିନଥାଏ। ଏଭଳି ସମସ୍ୟାର ସାମ୍ନା କରୁଥିଲେ ରବିବାର ଦିନ ନଦୀରେ ତମ୍ବାର କଏନ ଭସାଇ ଦିଅନ୍ତୁ। ଏପରି କରିବା ଦ୍ୱାରା ସୂର୍ଯ୍ୟଦେବଙ୍କ କୃପା ଲାଗି ରହିଥାଏ।

ଅନ୍ୟମାନଙ୍କୁ ଜଣାନ୍ତୁ।