You are currently viewing ଶୀତରେ ଥରୁଛି ସାରା ଓଡିଶା, ଫୁଲବାଣୀ  ସବୁଠୁ ଥଣ୍ଡା ସହର

ଶୀତରେ ଥରୁଛି ସାରା ଓଡିଶା, ଫୁଲବାଣୀ ସବୁଠୁ ଥଣ୍ଡା ସହର

ଭୁବନେଶ୍ୱର: ଶୀତରେ ଥରୁଛି ସାରା ଓଡିଶା |ଏବେ ସୁଦ୍ଧା ୧୦ ଡିଗ୍ରୀ ତଳେ ରାଜ୍ୟର ୧୧ ସହର । ୪.୫ ଡିଗ୍ରୀ ସହ ଫୁଲବାଣୀ ରାଜ୍ୟର ସବୁଠୁ ଥଣ୍ଡା ସହର ରହିଥିବା ଜଣାପଡିଛି । ସେହିପରି ଅନୁଗୁଳ ୬, ଦାରିଙ୍ଗବାଡି ୮, ଭବାନୀପାଟଣା ୮.୨, କୋରାପୁଟ ୮.୬, ଝାରସୁଗୁଡ଼ା ୮.୮, ସୁନ୍ଦରଗଡ଼ ୯.୫, ବଲାଙ୍ଗିର ୯.୫, ସୋନପୁର ୯.୮, କେନ୍ଦୁଝର ୯.୯, କଟକ ୧୨ ଓ ଭୁବନେଶ୍ବରର ତାପମାତ୍ରା ୧୩.୮ ଡିଗ୍ରୀ ସେଲ୍‌ସିୟସ୍‌ ରହିଛି |ଏନେଇ ସତର୍କ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର |

ଅନ୍ୟମାନଙ୍କୁ ଜଣାନ୍ତୁ।