You are currently viewing ଅନଲାଇନରେ ଜଣେ ମାଲିକ ଓ ଅଫଲାଇନରେ ଜଣେ ମାଲିକ

ଅନଲାଇନରେ ଜଣେ ମାଲିକ ଓ ଅଫଲାଇନରେ ଜଣେ ମାଲିକ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୦୫/୦୮, ଜନସାଧାରଣଙ୍କ କାର୍ଯ୍ୟକୁ ସୁବ୍ୟବସ୍ଥିତ କରିବା ପାଇଁ ସରକାର ଯଥା ସାଧ୍ୟ ଉଦ୍ୟମ କରୁଛନ୍ତି । ବିଭିନ୍ନ ସମୟରେ ନୂଆ ନୂଆ ଯୋଜନା ସହ ଶୀଘ୍ର କାର୍ଯ୍ୟ ସମ୍ପନ୍ନ ପାଇଁ ନୂଆ ଟେକ୍ନୋଲୋଜି ମଧ୍ୟ ଅପଣାଉଛନ୍ତି । ତହସିଲ ମାନଙ୍କରେ ଲୋକଙ୍କୁ କେମିତି ଶୀଘ୍ର ଜମି ପଟା ମିଳିବ । କେମିତି ପଊଟି କଟିବ ଓ ସାଧାରଣ ଲୋକଙ୍କୁ ଅଫିସ ଦୌଡିବା ପାଇଁ ନପଡିବ ସେନେଇ ଅନଲାଇନ ବ୍ୟବସ୍ଥା ମଧ୍ୟ ଆରମ୍ଭ ହୋଇଛି । କିନ୍ତୁ ଯଦି ସରକାରୀ ବାବୁ ମାନେ କାମରେ ହେଳା କରିବେ । ତାହେଲେ ହିତାଧିକାରୀ ତ ହଇରାଣରେ ପଡିବେ । ହେଲେ ଭଦ୍ରକ ତହସିଲରେ ଚିତ୍ର କିନ୍ତୁ ଓଲଟା । କାରଣ ଏଠି ଜମି ମାଲିକ ବୋଲି ଅନଲାଇନରେ ରେକର୍ଡ କହୁଥିବା ବେଳେ ଅଫଲାଇନରେ କିନ୍ତୁ ମାଲିକ ଆଉ କିଏ ବୋଲି ଜଣାପଡୁଛି । ତେବେ ଘଟଣାକୁ ନେଇ ତହସିଲଦାର କହିଛନ୍ତି ଯେ ସମାଧାନ ହେଉଛି । କିନ୍ତୁ ଗଣମାଧ୍ୟମ କୁ କହିବା ନେଇ ଆମକୁ ବାରଣ ହୋଇଛି । ଭଦ୍ରକ ଜିଲ୍ଲାପାଳ କହିଛନ୍ତି ଏ ଘଟଣା ନଜର କୁ ଆସିଛି । ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯିବ ଯେ କେମିତି ଠିକ ଠାକ କାମ ହେବ ।

ଅନ୍ୟମାନଙ୍କୁ ଜଣାନ୍ତୁ।