ହେମଦସ୍ତ।ରେ ପିଟି ପିଟି ସ୍ୱାମୀଙ୍କୁ ହତ୍ୟା କଲା ସ୍ତ୍ରୀ

ଖୋର୍ଦ୍ଧା: ସ୍ୱାମୀ ସ୍ତ୍ରୀ ବିବାହ ସମୟରେ ପରସ୍ପରର ସବୁ ଦୋଷକୁ କ୍ଷମା କରିବାକୁୂ ଶପଥ ନେଇଥାନ୍ତି । ଚରିତ୍ର ଉପରେ ସନ୍ଦେହ କରିବାରୁ ହେମଦସ୍ତ।ରେ ପିଟି ପିଟି ସ୍ୱାମୀଙ୍କୁ ହତ୍ୟା କଲା ସ୍ତ୍ରୀ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଅନ୍ତର୍ଗତ ବନମାଳୀପୁର ଗାଁରେ । କିଛି ଝଗଡାରୁ ନିଜ ରାଗକୁ ସହ୍ୟ ନ କରିପାରି ଏକ ହେମଦସ୍ତାରେ ସ୍ୱାମୀକୁ ଛେଚି ହତ୍ୟା କରି ଘର ପାଖରେ ମୃତ ଦେହକୁ ପୋତି ଦେଇଥିଲା ସ୍ତ୍ରୀ । ସ୍ୱାମୀ ହଜିବା ନେଇ ଥାନାରେ ଅଭିଯୋଗ ମଧ୍ୟ କରିଥିଲା ସ୍ତ୍ରୀ ଲିଲି । କିନ୍ତୁ ଏବେ ପ୍ରାୟ ୩ ମାସ ଉପରେ ସତ୍ୟ ଉପରୁ ପର୍ଦ୍ଦା ହଟିଛି । ସ୍ୱାମୀ ନିଧି ଗିରି ନିଖୋଜ ଥିବାର ନାଟକ ରଚି ଆସୁଥିବା ସ୍ତ୍ରୀ ଶେଷରେ ପ୍ରାୟ ୩ ମାସ ପରେ ନିଜ ଭୁଲ ସ୍ୱୀକାର କରିଛନ୍ତି । ଏହି ଖବରଟି ଜଣାପଡିବା ପରେ ଗ୍ରାମବାସୀ ବାଲିପାଟଣା ପୋଲିସକୁ ଅବଗତ କରାଇଥିଲେ । ଖବର ପାଇ ପୋଲିସ ଗାଁରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଚଳାଇଛି ।

Leave A Reply

Your email address will not be published.