You are currently viewing ଆଜି ବିଶ୍ୱ ପଖାଳ ଦିବସ

ଆଜି ବିଶ୍ୱ ପଖାଳ ଦିବସ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୨୦/୦୩, ଆଜି ବିଶ୍ୱ ପଖାଳ ଦିବସ । ପ୍ରତିବର୍ଷ ମାର୍ଚ୍ଚ ୨୦କୁ ପଖାଳ ଦିବସ ଭାବେ ପାଳନ କରାଯାଇଥାଏ । ଖଟିଖିଆର ଭାତହାଣ୍ଡିରୁ ସୌଖିନ ହୋଟେଲ ପର୍ଯ୍ୟନ୍ତ ଏବେ ପଖାଳର ଚାହିଦା । ବର୍ତ୍ତମାନର ଅତ୍ୟାଧୁନିକ ଖାଦ୍ୟ ମଧ୍ୟରେ ମଧ୍ୟ ନିଜର ମହକ ହରାଇ ନାହିଁ ପଖାଳ । ଆଜି ପଖାଳ ଦିବସ ଅବସରରେ ସାରା ରାଜ୍ୟରେ ଦେଖିବାକୁ ମିଳିଛି ପଖାଳ ଫିଭର । ନଅ ତିଅଣ ଛଅ ଭଜା ସହ ଆଜି ରାଜ୍ୟବାସୀ ପାଳୁଛନ୍ତି ପଖାଳ ଦିବସ । ପଖାଳ । ଯାହା କେବଳ ଏକ ଖାଦ୍ୟ ନୁହେଁ । ବରଂ ଓଡ଼ିଆଙ୍କ ଆବେଗ । ଓଡ଼ିଶାର ସଂସ୍କୃତି ଏବଂ ପରମ୍ପରା ସହ ଓତଃପ୍ରୋତ ଭାବେ ଜଡିତ । ପଖାଳ ଆମ ଗର୍ବ ଏବଂ ଆମ ପାଇଁ ଅମୃତ । ଯେତେ ଯାହା ଖାଇଲେ ବି ପଖାଳ ଟିକେ ଖାଇଲେ ମନକୁ ଶାନ୍ତି ଏବଂ ତୃପ୍ତି ମିଳିଥାଏ । ଯଦିଓ ପଖାଳ ଓଡ଼ିଆଙ୍କ ନିତିଦିନିଆ ଖାଦ୍ୟ । ମାତ୍ର ଖରା ଦିନରେ ଏହାର ଚାହିଦା ବେଶି । ଆଉ ଯଦି ପଖାଳ ଦିବସ ହୁଏ ତେବେ ପଖାଳ କେମିତି ନଖାଇବା ? ଆଜ୍ଞା ହଁ, ଆଜି ହେଉଛି ବିଶ୍ୱ ପଖାଳ ଦିବସ । ତେଣୁ ଆଜିର ଏହି ପଖାଳ ଦିବସକୁ ବେଶ ଭଲ ଭାବେ ପାଳନ କରିଛନ୍ତି କେନ୍ଦ୍ରାପଡା ଜିଲ୍ଲା ଇଚ୍ଛାପୁର ବରଙ୍ଗିବାସୀ । ପଖାଳରେ ଦହି ,ଆମ୍ବ ଏବଂ ପୋଦିନା ଚଟଣୀ । ତା ସାଙ୍ଗକୁ ବଡ଼ି ଚୁରା,ଆଳୁ ଭର୍ତା,ବାଇଗଣ ଭର୍ତ୍ତା,ମାଛ ଭଜା ଏବଂ ଶାଗ । ଯାହାକୁ ଖାଇଲେ ଆପେ ପାଟିରୁ ବାହାରି ଆସିବ ‘ଓଃ କି ଶାନ୍ତି’  ।

ଅନ୍ୟମାନଙ୍କୁ ଜଣାନ୍ତୁ।