You are currently viewing ଆଜିଠୁ ୟୁଟ୍ୟୁବରେ ପାଠପଢିବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ

ଆଜିଠୁ ୟୁଟ୍ୟୁବରେ ପାଠପଢିବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ

ଭୁବନେଶ୍ୱର(ଏଏନଏସ)୨୭.୦୧.୨୦୨୨, କରୋନା ମହାମାରୀ ଭୟାବହତା ଯୋଗୁ ସାରା ରାଜ୍ୟରେ ଶିକ୍ଷା ପ୍ରଭାବିତ ହୋଇଛି । ଏବେ ରାଜ୍ୟରେ ସଂକ୍ରମଣ କମୁଥିଲେ ମଧ୍ୟ ସଂକ୍ରମଣ ବଢିବା ଆଶଙ୍କା କରି  ସ୍କୁଲ  ଖୋଲାଯାଇ ନାହିଁ ।ପୁଣି ଥରେ ଅନଲାଇନ ଶିକ୍ଷାଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ଆଜିଠୁ ପୁଣି ୟୁଟ୍ୟୁବରେ ପାଠ ପଢିବେ ଛାତ୍ରଛାତ୍ରୀ ।  ଆଜିଠାରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୟୁଟ୍ୟୁବରେ ପାଠପଢା ହେବ । ଏନେଇ ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ ଓସେପା ପକ୍ଷରୁ ସବୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନା ଅନୁସାରେ, ସୋମବାର ଠାରୁ ଶୁକ୍ରବାର ଯାଏଁ କ୍ଲାସ ହେବ।  ପ୍ରତି ୟୁଟ୍ୟୁବ ଲାଇଭ୍ ଷ୍ଟ୍ରିମିଂ କ୍ଲାସର ଲିଙ୍କ୍ ପୂର୍ବଦିନ ଛାତ୍ରଛାତ୍ରୀଙ୍କ ନିକଟକୁ ପଠାଯିବ । ଏହି ଲିଙ୍କ ହ୍ୱାଟସ ଆପ୍ ଗ୍ରୁପ୍ ମାଧ୍ୟମରେ ସେୟାର କରାଯିବ ।  କ୍ଳାସର ସମୟ ୩୦ ମିନିଟ୍ ରଖାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।