ବନ୍ଧା ହେଲେ ଟିଏମସିର ଆଉଜଣେ ବିଧାୟକ

କୋଲକାତା(୧୧.୧୦.୨୨) : ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତି ସ୍କାମରେ ବନ୍ଧା ହେଲେ ଟିଏମସିର ଆଉ ଜଣେ ବିଧାୟକ । ପୂର୍ବରୁ ଶିକ୍ଷା ମନ୍ତ୍ରୀ ଚାଟାର୍ଜୀ ବନ୍ଧା ହୋଇଥିବା ବେଳେ ଏବେ ବିଧାୟକ ତଥା ତତ୍କାଳୀନ ବଙ୍ଗଳା ପ୍ରାଥମିକ ଶିକ୍ଷା ବୋର୍ଡର ଅଧକ୍ଷ ମାଣିକ ଭଟ୍ଟାଚାର୍ଯ୍ୟଙ୍କୁ ବାନ୍ଧିଛି ଇଡି । ତେବେ ବିଧାୟକ ଭଟ୍ଟାଚାର୍ଯ୍ୟ ଶିକ୍ଷକ ନିଯୁକ୍ତି ପରୀକ୍ଷାରେ ଠକେଇ କରିଥିବା ଅଭିଯୋଗ ହୋଇଛି । ଗତକାଲି ଅପରାହ୍ନରେ ପଚରାଉଚରା ନିମନ୍ତେ ତାଙ୍କୁ କୋଲକତାସ୍ଥିତ ସିଜିଓ କମ୍ପ୍ଲେକ୍ସକୁ ଡକାଯାଇଥିଲା। ସେଠାରେ ତାଙ୍କୁ ଗତକାଲି ରାତି ସାରା ପଚରାଉଚରା କରାଯାଇଥିବା ବେଳେ ଆଜି ସକାଳେ ତାଙ୍କୁ ଗିରଫ କରାଯାଇଥିବା ଇଡି ପକ୍ଷରୁ କୁହାଯାଇଛି। ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ । ଇଡି ଅଧିକାରୀଙ୍କ ସୂଚନା ଅନୁଯାୟୀ, ଶିକ୍ଷକ ନିଯୁକ୍ତି ସ୍କାମର ଚାର୍ଜସିଟ ଗତ ମାସରେ କୋର୍ଟରେ ଦାଖଲ କରାଯାଇଥିଲା। ଏଥିରେ ମାଣିକ ଭଟ୍ଟାଚାର୍ଯ୍ୟଙ୍କ ନାମ ଅନ୍ତର୍ଭୁକ୍ତ କରାଯାଇଥିଲା। ଶିକ୍ଷକ ନିଯୁକ୍ତି ନିମନ୍ତେ ହୋଇଥିବା ପରୀକ୍ଷା ଖାତାରେ ମୂଲ୍ୟାୟନ ଜାଗା ଖାଲି ଛାଡ଼ିବାକୁ ମାଣିକ ଭଟ୍ଟାଚାର୍ଯ୍ୟ ଅଧିକାରୀଙ୍କ ଉପରେ ଚାପ ପ୍ରୟୋଗ କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣା ନେଇ ସେ ପାର୍ଥ ଚାଟାର୍ଜୀଙ୍କୁ ଅବଗତ କରାଇଥିଲେ। ଏହାର ପ୍ରମାଣ ମଧ୍ୟ ଚାର୍ଜସିଟ୍‌ରେ ସଂଲଗ୍ନ ହୋଇଛି ।

Leave A Reply

Your email address will not be published.