ନୂଆଦିଲ୍ଲୀ (୧୦.୩.୨୩) : ଭାରତୀୟ ଜନତା ଦଳ ଲୋକସଭା ନିର୍ବାଚନ ପୂର୍ବରୁ ଆପ ସରକାରକୁ ଗାଦିରୁ ହଟାଇବା ପାଇଁ ଯୋଜନା କରୁଛି । ଏଥିପାଇଁ ଏକ ୪ ଶହ ଦିନିଆ ଯୋଜନା ପ୍ରସ୍ତୁତ ହୋଇଛି । ଲୋକସଭା ନିର୍ବାଚନ ପୂର୍ବରୁ ଏହି ୪ ଶହ ଦିନ ବିଜେପି ଦିଲ୍ଲୀର କେଜ୍ରିୱାଲ ସରକାରକୁ ସାରା ଦେଶରେ ଘେରିବା ପାଇଁ ପ୍ରସ୍ତୁତି କରିଛି । ଏଥିପାଇଁ ଦୁର୍ନୀତିର ଏକ ଲମ୍ବାଚଉଡା ତାଲିକା ପ୍ରସ୍ତୁତ ହେଉଛି । ଦଳ ବିଶେଷ କରି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମନୀଷ ସିସୋଦିଆଙ୍କ ପ୍ରସଙ୍ଗକୁ ଅଧିକ ଗୁରୁତ୍ୱ ଦେଉଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ୨୦୨୪ ଲୋକସଭା ନିର୍ବାଚନ ବେଳେ ଦିଲ୍ଲୀ ସରକାରର ସରକାରୀ ବିଭାଗର ୧୦ଟି ବଡ ଦୁର୍ନୀତିକୁ ନେଇ ଜନତାଙ୍କ ପାଖରେ ପହଞ୍ଚିବ ବିଜେପି । ପୂରା ଆପ ସରକାରକୁ ଏହି ଦୁର୍ନୀତି ମାମଲାରେ ଘେରିବାକୁ ଯୋଜନା କରାଯାଇଛି । ସେହିଭଳି ବିଜେପିର କିଛି ନେତାଙ୍କ କହିବା କଥା ଯେ ଆମେ ଆଗାମୀ ୪ ଶହ ଦିନ ମାନେ ଆଗାମୀ ବର୍ଷ ମେ ମାସରେ ହେବାକୁ ଥିବା ଲୋକସଭା ନିର୍ବାଚନ ଯାଏ ଏହି ଯୋଜନାକୁ ପ୍ରସ୍ତୁତ କରିଛୁ । କେଜ୍ରିୱାଲ ଦିଲ୍ଲୀର ଦୁର୍ନୀତିର ଚେହେରା ଭାବେ ଉଭା ହୋଇଥିବା ବେଳେ କ୍ୟାବିନେଟ ମନ୍ତ୍ରୀଙ୍କ ଆଢୁଆଳରେ ଲୁଚି ଦୁର୍ନୀତି କରୁଛନ୍ତି । ଆଗାମୀ ଦିନରେ ବି ଏହି ଅଭିଯାନ ଜାରିରହିବ । ୨୦୨୫ରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବା ଯାଏ ଏଭଳି ଭାବେ ଦୁର୍ନୀତି ଜାରିରହିବ ।
ରାଜ୍ୟବାସୀଙ୍କ ପାଇଁ ଉତ୍କଳ ଦିବସ ଭେଟିନିଜକୁ ଗୁଳି କରି ଆତ୍ମହତ୍ୟାଆମେରିକାରେ ଅନୁପ୍ରବେଶ କରୁଥିବା ୬ ଜଣଙ୍କ ମୃତ୍ୟୁକୋଟିଆ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଜାଣନ୍ତୁ କେଉଁଦିନ ନଖ କାଟିବେ ନାହିଁ୫ଟି ସଚିବଙ୍କ ମଧୁ ସ୍ମୃତି ପୀଠ ପରିଦର୍ଶନବିହାରରେ ବ୍ୟାପକ ହିଂସାANS NEWS SUPERFAST [email protected]ସାଉଦିଆରବରେ ପ୍ରବାସୀ ଓଡିଆଙ୍କ ଦ୍ୱାରା ପାଳିତ ହେଲା ଉତ୍କଳ ଦିବସନକଲି ସାର୍ଟିଫିକେଟ ମାମଲାରେ ବଲାଙ୍ଗୀର ଯାଇ ତଦନ୍ତ କରିବ କ୍ରାଇମବ୍ରାନଞ୍ଚ