You are currently viewing ବିଜେପି ପରେ  ପ୍ରାର୍ଥୀ  ଘୋଷଣା କଲା କଂଗ୍ରେସ

ବିଜେପି ପରେ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ଭୁବନେଶ୍ୱର(୧୧.୧୦.୨୨) : ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ବାବା ହରେକୃଷ୍ଣ ସେଠୀଙ୍କୁ କଂଗ୍ରେସ ଦଳ ଉପନିର୍ବାଚନ ପାଇଁ ପାର୍ଥୀ ଘୋଷଣା କରିଛି । ଏହା ପରେ ୧୪ରେ ନାମାଙ୍କନ ଦାଖଲ ହେବ । ଏହା ପରେ ଜିଲ୍ଲାରେ ଶକ୍ତି ପଦର୍ଶନ କରିବ କଂଗ୍ରେସ ।

ଏଥିପାଇଁ ପ୍ରସ୍ତୁତି ମଧ୍ୟ ସରିଛି । ମଙ୍ଗଳବାର ଦିନ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଦିବ୍ୟଙ୍ଗତ ବିଧାୟକ ବିଷ୍ଣ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ । ତେବେ ସେ ନାମାଙ୍କନ ଭରିବା ପୂର୍ବରୁ ମାଙ୍କ ଆଶୀର୍ବାଦ ନେଇଥିଲେ । ବିଜେପି ନେତା ଗୋଲକ ମହାପାତ୍ର ଓ ନିଜ ସମ୍ପର୍କୀୟଙ୍କ ସହ ଆସି ପ୍ରର୍ଥି ପତ୍ର ଦାଖଲ କରିଛନ୍ତି । ଅନ୍ୟ ପଟେ ବିଜେଡି ପାର୍ଥୀକୁ ନେଇ ଦ୍ୱନ୍ଦ ସୃଷ୍ଟି ହୋଇଛି । ତେବେ ବିଜେଡି ଏଥର ନୂଆ ପାର୍ଥୀ ଦେଇପାରେ ବୋଲି ଚର୍ଚ୍ଚା ହେଉଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।