ଅହମ୍ମଦାବାଦ (୬.୧୦.୨୨) : ରାବଣର କୁଶପୁତ୍ତଳିକା ଦାହ କରି ସାରା ଦେଶ ଦଶହରା ପାଳୁଥିବା ବେଳେ ଗୁଜୁରାଟରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର । ଗୁଜୁରାଟରେ କୁଚ ଜିଲ୍ଲାରେ କଂଗ୍ରେସ ପକ୍ଷରୁ ରାବଣ ବଦଳରେ ଇଡି, ସିବିଆଇର କୁଶପୁତ୍ତଳିକା ଦାହ କରି ବିଜୟା ଦଶମୀ ପାଳନ ହୋଇଛି । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ରାବଣ ସହ ତୁଳନା କରି ଅଭିନବ ଉପାୟରେ ପ୍ରତିବାଦ କରିଛି କଂଗ୍ରେସ । ଆଗକୁ ଗୁଜରାଟ ନିର୍ବାଚନ ଥିବାରୁ ସରଗରମ ହୋଇଛି ରାଜନୈତିକ ପାଣିପାଗ। କ୍ଷମତା ଦଖଲ ପାଇଁ ଆରମ୍ଭ ହୋଇଛି କସରତ ଓ ରଣନୀତି।