ଭାରତ ଯୋଡୋ ଯାତ୍ରାରେ ଅଘଟଣ

ନୂଆଦିଲ୍ଲୀ(16.10.22): କଂଗ୍ରେସର ଭାରତ ଯୋଡୋ ଯାତ୍ରାରେ ଅଘଟଣ। ବିଦ୍ୟୁତ ସଂସ୍ପର୍ଶରେ ୪ କର୍ମୀ ଗୁରୁତର ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରାହୁଲ ଗାନ୍ଧିଙ୍କ ଏହି ଭାରତ ଯୋଡୋ ଯାତ୍ରା ଆଜି କର୍ଣ୍ଣାଟକର ବେଲ୍ଲାରୀରୁ ଆରମ୍ଭ ହୋଇଥିଲା। ଏହି ସମୟରେ କିଛି କର୍ମୀ ବିଦ୍ୟୁତ ସଂସ୍ପର୍ଶରେ ଆସିଥିବା କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲା ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।ବେଲ୍ଲାରୀର ମୋକା ଟାଉନ ନିକଟରେ କିଛି କର୍ମୀ ହାତରେ କଂଗ୍ରେସ ପତାକା ସହ ଲୁହା ରଡ ମଧ୍ୟ ଧରିଥିଲେ। ଏହି ସମୟରେ ୪ ଜଣଙ୍କୁ ବିଦ୍ୟୁତ ଝଟ୍‌କା ଲାଗିଥିଲା । ସମସ୍ତଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଛି। ୪ ଜଣ ଗୁରୁତରଙ୍କୁ କଂଗ୍ରେସ ୧ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଦେବାକୁ ଘୋଷଣା କରିଥିବା ସୂର୍ଯ୍ୟେୱାଲା କହିଛନ୍ତି।

Leave A Reply

Your email address will not be published.