ଭଦ୍ରକ (ଏ ଏନ୍ ଏସ)୧୧/୧୦, ଧାମନଗର ଉପନିର୍ବାଚନ ପାଇଁ ମଙ୍ଗଳବାର କଂଗ୍ରେସ ପ୍ରାର୍ଥୀ ଘୋଷଣା କରିବ । ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ମଧ୍ୟ ପ୍ରାର୍ଥୀପତ୍ର ଦାଖଲ କରିବେ । କିନ୍ତୁ ବିଜୁ ଜନତା ଦଳ ପ୍ରାର୍ଥୀ କିଏ ହେବ ତାହା ଏ ପର୍ଯ୍ୟନ୍ତ ଜଣାପଡ଼ିନି ।
ମଙ୍ଗଳବାର ଟିକଟ ଘୋଷଣା ପରେ ୧୪ରେ ନାମାଙ୍କନ ଦାଖଲ ହେବ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ୧୪ ତାରିଖ ପ୍ରାର୍ଥିପତ୍ର ଦାଖଲ ଦିନ କଂଗ୍ରେସ ତାର ଶକ୍ତି ଦେଖାଇବ ଜିଲ୍ଲାରେ । ସାରା ଭଦ୍ରକ ଜିଲ୍ଲାର ୭ଟି ବ୍ଲକର ନେତୃବୃନ୍ଦଙ୍କ ସହ ସାରା ଓଡିଶାର ପିସିସିର ନେତୃବୃନ୍ଦ ନାମାଙ୍କନ ରାଲିରେ ଯୋଗଦେଇ କର୍ମୀଙ୍କ ମନୋବଳ ବଢାଇବେ । ବିଜେପୁର ନିର୍ବାଚନ ଭଳି ଏଠାରେ ବିଜେଡି ସହ ଲଢେଇ କରିବ କଂଗ୍ରେସ ବୋଲି ଜିଲ୍ଲା ସଭାପତି ଘୋଷଣା କରିଛନ୍ତି ।