ଭୁବନେଶ୍ୱର: ବହୁଚର୍ଚ୍ଚିତ ନୟାଗଡ ପରି ହତ୍ୟା ମାମଲାରେ ପୋକ୍ସ କୋର୍ଟ ସରୋଜ ସେଠିକୁ ନାବାଳକ ବୋଲି ଘୋଷଣା କରିବା ପରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଏସଆଇଟି ତଦନ୍ତ ଉପରେ ପ୍ରଶ୍ନ ଉଠାଇଛନ୍ତି |କହିଛନ୍ତି ପରି ହତ୍ୟା ମାମଲାରେ ପୋକ୍ସ କୋର୍ଟ ସରୋଜ ସେଠିକୁ ନାବାଳକ ବୋଲି ଘୋଷଣା କରିବା ପରେ ଏବେ ଏହି ଘଟଣାର ତଦନ୍ତ କରୁଥିବା ଏସଆଇଟିର ଅସଲ ଉଦ୍ଦେଶ୍ୟ ଓ ପାରିବା ପଣିଆକୁ ନେଇ ପ୍ରଶ୍ନ ଉଠୁଛି । କାହିଁକି ଏସଆଇଟି ଜଣେ ନାବାଳକ ପିଲାକୁ ଜୋର ଜବରଦସ୍ତି ସାବାଳକ ଦେଖାଇବା ପାଇଁ ପ୍ରୟାସ କରୁଥିଲେ ଏହା ଏକ ବଡ ପ୍ରଶ୍ନ ।ଗୁଗୁଲ ହିଷ୍ଟୋରି ଡିଲିଟର ରିପୋର୍ଟ ଏସଆଇଟି ପାଖେ ନାହିଁ । ନଡିଆ ବାହୁଙ୍ଗାର ଡିଏନଏ ଟେଷ୍ଟ ରିପୋର୍ଟ ହସ୍ତଗତ ହୋଇନାହିଁ । ପଲିଗ୍ରାଫି ଟେଷ୍ଟିଙ୍ଗ ନିର୍ବିବାଦିୟ ନୁହେଁ, ଏପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କର ରାୟ ଅଛି । ସରୋଜ ପୁର୍ବରୁ ଅଭିଯୋଗ କରିଥିଲା କି ଏସଆଇଟିର ମୁଖ୍ୟ ତାକୁ ଦୋଷ ସ୍ୱୀକାର କରିବା ପାଇଁ ୫ ଲକ୍ଷ ଟଙ୍କା ଯାଚୁଥିଲେ ।ପରୀର ବାପା ମା ଏସଆଇଟିର ତଦନ୍ତକୁ ବିଶ୍ୱାସ କରୁନାହାନ୍ତି । ସାଧାରଣ ଲୋକମାନଙ୍କ ଭିତରେ ଏସଆଇଟିର ବିଶ୍ୱସନିୟତା ଆଉ ନାହିଁ । ତେଣୁ ଘଟଣାର ସଠିକ ତଦନ୍ତ କରିବା ପାଇଁ ଏହି ମାମଲାକୁ ସିବିଆଇକୁ ଦିଆଯାଉ ।
ବାହାନଗା ସ୍କୁଲ୍ରେ ହେବ ଶୁଦ୍ଧିକରଣଉନ୍ମୋଚନ ହେଲା ଓଡ଼ିଶା ଆମ୍ବ ଲୋଗୋଯାଜପୁର କଳିଙ୍ଗନଗର ଡୁବୁରୀ ଛକରେ ଭୟାବହ ଅଗ୍ନିକାଣ୍ଡଆଜି ମହାପ୍ରଭୁଙ୍କ ଅଣସର ସେବାର ଚତୁର୍ଥ ଦିନୟୁଟ୍ୟୁବର ‘ଅନ୍ ଟାଲେଣ୍ଟେଡ୍ ଗାଏ’ର ଚ୍ୟାନେଲ ବ୍ୟାନ୍ଗାଧୋଇବାବେଳେ ପୋଖରୀରେ ବୁଡ଼ି ୨ ମହିଳା ମୃତଅପରାହ୍ନ ୪ଟାରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ପରୀକ୍ଷା ଫଳଯାତ୍ରୀଙ୍କୁ ନେଇ ପୁରୀରୁ କୋଲକାତା ଯାଉଥିବା ବସ୍ ଅଟକମୋଦୀଙ୍କ ପାଖକୁ ସ୍ୱତନ୍ତ୍ର କିସମର ଆମ୍ବ ପଠାଇଲେ ମମତା ବାନାର୍ଜୀଦୂରଦର୍ଶନର ପ୍ରଥମ ଇଂରାଜୀ ନ୍ୟୁଜ୍ ଆଙ୍କର ଗୀତାଞ୍ଜଳି ଆୟରଙ୍କ ପରଲୋକ