You are currently viewing ପ୍ରାର୍ଥୀ ଘୋଷଣା କଲା ବିଜେପି

ପ୍ରାର୍ଥୀ ଘୋଷଣା କଲା ବିଜେପି

ପଦ୍ମପୁର (ଏ ଏନ୍ ଏସ)୧୨/୧୧, ପଦ୍ମପୁର ପାଇଁ ବିଜେପି ପ୍ରାର୍ଥୀ ଘୋଷଣାକରିଛି । ଏଥିପାଇଁ ପ୍ରଦୀପ ପୁରୋହିତଙ୍କ ନାଁରେ ମୋହର ମାରିଛି ଦଳ । ଆଜି ବିଧିବଦ୍ଧ ଭାବେ ଦଳ ପକ୍ଷରୁ ପ୍ରଦୀପ ପୁରୋହିତଙ୍କ ନାଁ ଘୋଷଣା କରାଯାଇଛି। ପଦ୍ମପୁର ବିଧାନସଭା ଉପନିର୍ବାଚନ ଲଢ଼ିବେ ପ୍ରଦୀପ ପୁରୋହିତ। ୧୪ ତାରିଖରେ ନାମାଙ୍କନପତ୍ର ଦାଖଲ କରିବେ ।

ପ୍ରଦୀପ ପୁରୋହିତ ବିଜେପି ପ୍ରାର୍ଥୀ ହେବେ ବୋଲି ଗତକାଲି ବିଜେପି ବିଧାୟିକା କୁସୁମ ଟେଟେ ସୂଚନା ଦେଇଥିଲେ। ୨୦୧୪ ଓ ୨୦୧୯ରେ ବିଜେପି ପ୍ରାର୍ଥୀ ହୋଇଥିଲେ ପ୍ରଦୀପ ପୁରୋହିତ। ୨୦୧୪ରେ ବିଧାୟକ ହୋଇଥିଲେ।

ଅନ୍ୟମାନଙ୍କୁ ଜଣାନ୍ତୁ।