ଆଜିଠାରୁ କଂଗ୍ରେସର ୮୫ ତମ କାର୍ଯ୍ୟକାରିଣୀ ବୈଠକ

ନୂଆଦିଲ୍ଲୀ(୨୪.୨.୨୩) :   ୨୦୨୪ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସର ପ୍ରସ୍ତୁତି । ଆଜିଠୁ ଛତିଶଗଡ଼ ରାୟପୁରରେ କଂଗ୍ରେସର ତିନି ଦିନିଆ କାର୍ଯ୍ୟକାରିଣୀ ସମ୍ମିଳନୀ ହେବ । ଆସନ୍ତା ୨୬ ତାରିଖ ଯାଏ ହେବାକୁ ଥିବା ଏହି ବୈଠକରେ କଂଗ୍ରେସର ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ, ମଲ୍ଲିକାର୍ଜୁନ ଖଡଗେଙ୍କ ସମେତ ଦଳର ସବୁ ବଡ ବଡ ନେତା କାର୍ଯ୍ୟକ୍ରମ ରହିଛି । କିପରି ୨୦୨୪ ନିର୍ବାଚନରେ ଦଳ ଭଲ ପଦର୍ଶନ କରିବ ସେନେଇ ବୈଠକରେ ଆଲୋଚନା ହେବ । ଏବଂ ଏଥିପାଇଁ ପୁରା ରୋଡମ୍ୟାନ ପ୍ରସ୍ତୁତ କରିବ ଦଳ । ଏଥିପାଇଁ କଂଗ୍ରେସର ତୁଙ୍ଗ ନେତାମାନେ ଛତିଶଗଡ଼ରେ ପହଞ୍ଚି ସାରିଛନ୍ତି । ମୋଟ ଉପରେ ୧୦ ହଜାର ପ୍ରଦେଶ କମିଟି ସଦସ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ୮୦ରୁ ୧୦୦ ସ୍ଥାନରେ କଂଗ୍ରେସ ନେତା ଓ କର୍ମୀମାନଙ୍କ ରହିବ ପାଇଁ ହୋଟେଲ ବୁକ୍ ହୋଇଥିବା ସୂଚନା ମଳିଛି ।

Leave A Reply

Your email address will not be published.