ଉପନିର୍ବାଚନ ପାଇଁ ଘୋଷଣା ହେଲା ବିଜ୍ଞପ୍ତି

ନୂଆଦିଲ୍ଲୀ(୩.୧୦.୨୨) : ନଭେମ୍ବର୩ ତାରିଖରେ ହେବ ଉପର୍ନିବାଚନ । ଏନେଇ ସୂଚନା ଦେଇଛନ୍ତି ନିର୍ବାଚନ କମିଶନର । ଏହି ଉପନିର୍ବାଚନ ଓଡିଶା ସମେତ ମହାରାଷ୍ଟ୍ର,ବିହାର, ହରିଆନା, ତେଲେଙ୍ଗାନା , ଉତ୍ତରପ୍ରଦେଶରେ ହେବ । ଏଥିରେ ଓଡିଶା ଧାମନଗର ବିଜେପି ବିଧାୟକ ତଥା ବିରୋଧୀଦଳର ଉପନେତା ବିଷ୍ଣୁ ସେଠୀଙ୍କ ପରଲୋକ ପରେ ସେଠାରେ ଉପ ନିର୍ବାଚନ ହେବାର ସୂଚନା ରହିଛି । ଆସନ୍ତା ନଭେମ୍ବର ୩ରେ ଉପର୍ନିବାଚନ ହେବାକୁ ଥିବା ବେଳେ ୬ରେ ଫଳାଫଳ ଘୋଷଣା ହେବ । ଏବଂ ଏଥିପାଇଁ ଅକ୍ଟୋବର ୭ରେ ପ୍ରକାଶ ପାଇବ ବିଜ୍ଞପ୍ତି । ଅକ୍ଟୋବର ୧୪ରେ ନାମାଙ୍କନ ଦାଖଲର ଶେଷ ଦିନ । ୧୫ ଅକ୍ଟେବରରେ ନାମାଙ୍କନ ଯାଞ୍ଚ ହେବ । ୧୭ ତାରିଖରେ ପାର୍ଥିପତ୍ର ପ୍ରତ୍ୟାହାର ହେବ । ୨୦୦୦ ମସିହା ଓ ୨୦୧୯ ଓଡିଶା ବିଧାନ ସଭା ନିର୍ବାଚନରେ ବିଷ୍ଣୁ ସେଠୀ ଭାରତୀୟ ଜନତା ପାର୍ଟିର ପ୍ରତିନିଧି ଭାବରେ ନିର୍ବାଚିତ ହୋଇଥିଲେ ।

Leave A Reply

Your email address will not be published.