ଦିଲ୍ଲୀ (୧.୩.୨୩) : ଦିଲ୍ଲୀ ସରକାର ସିସୋଦିଆଙ୍କ ଇସ୍ତଫା ପରେ ତାଙ୍କ ପାଖରେ ଥିବା ୧୮ଟି ବିଭାଗକୁ ୨ଜଣ ମନ୍ତ୍ରୀଙ୍କ ମଧ୍ୟରେ ବାଣ୍ଟି ଦେଇଛନ୍ତି । ଏନେଇ କେଜ୍ରିୱାଲ ଦିଲ୍ଲୀ ସରକାରରେ ମନ୍ତ୍ରୀଥିବା କୈଳାଶ ଗେହଲଟ ଓ ରାଜକୁମାର ଆନନ୍ଦଙ୍କ ନାମ ଉପ ରାଜ୍ୟପାଳଙ୍କ ନିକଟକୁ ପଠାଇଥିବା ବେଳେ ଉପରାଜ୍ୟପାଳ ଏହାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ।ଗତକାଲି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସିସୋଦିଆଙ୍କ ନିକଟରେ ଥିବା ୧୮ଟି ବିିଭାଗ ମଧ୍ୟରୁ କୈଳାଶ ଗେହଲଟଙ୍କୁ ୮ଟି ବିଭାଗ ଓ ରାଜକୁମାର ଆନନ୍ଦଙ୍କୁ ୮ଟି ବିଭାଗ ଦେବାକୁ ନିଷ୍ପତ୍ତି କରିଥିଲେ । ଏନେଇ ସେ ଉପ ରାଜ୍ୟପାଳଙ୍କ ନିକଟକୁ ଏକ ଫାଇଲ ପଠାଇଥିଲେ ।ସୂଚନା ଥାଉକି ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ଥିବା ମନୀଷ ସିସୋଦିଆଙ୍କ ନିକଟରେ ମୋଟ ୧୮ଟି ବିଭାଗ ଥିଲା । କେଜ୍ରିୱାଲ ଉପରାଜ୍ୟପାଳଙ୍କୁ ପଠାଇଥିବା ସୁପାରିଶରେ ଏହି ୧୮ଟି ବିଭାଗକୁ ୨ଜଣ ମନ୍ତ୍ରୀଙ୍କ ମଧ୍ୟରେ ବାଣ୍ଟିଦେବାକୁ ନିଷ୍ପତ୍ତି କରିଥିଲେ । ଏହି କ୍ରମରେ ଏବେ କୈଳାଶ ଗେହଲଟଙ୍କ ପାଖକୁ ଅର୍ଥ, ଯୋଜନା, ଲୋକ ନିର୍ମାଣ ବିଭାଗ, ଶକ୍ତି, ଗୃହ, ୟୁଡି, ଜଳସେଚନ, ବନ୍ୟା ନିୟନ୍ତ୍ରଣ, ପାନୀୟ ଜଳ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ଯାଇଛି ।
ନିଜକୁ ଗୁଳି କରି ଆତ୍ମହତ୍ୟାଆମେରିକାରେ ଅନୁପ୍ରବେଶ କରୁଥିବା ୬ ଜଣଙ୍କ ମୃତ୍ୟୁକୋଟିଆ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଜାଣନ୍ତୁ କେଉଁଦିନ ନଖ କାଟିବେ ନାହିଁ୫ଟି ସଚିବଙ୍କ ମଧୁ ସ୍ମୃତି ପୀଠ ପରିଦର୍ଶନବିହାରରେ ବ୍ୟାପକ ହିଂସାANS NEWS SUPERFAST [email protected]ସାଉଦିଆରବରେ ପ୍ରବାସୀ ଓଡିଆଙ୍କ ଦ୍ୱାରା ପାଳିତ ହେଲା ଉତ୍କଳ ଦିବସନକଲି ସାର୍ଟିଫିକେଟ ମାମଲାରେ ବଲାଙ୍ଗୀର ଯାଇ ତଦନ୍ତ କରିବ କ୍ରାଇମବ୍ରାନଞ୍ଚମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ଝିଅକୁ ହତ୍ୟା ଧମକ