୭୮ବର୍ଷରବରକୁ ୧୮ବର୍ଷର କନ୍ୟା

ବରକୁ ୭୮ ଓ କନ୍ୟାକୁ ୧୮। ଉଭୟଙ୍କ ବୟସରେ ବ୍ୟବଧାନ ୬୦ବର୍ଷ । କିନ୍ତୁ ଏମାନଙ୍କର ବିବାହ ହୋଇଛି। ଏଭଳି ଏକ ଅଜବ ଘଟଣା ଆସାମର ଫିଲିପାଇନ୍ସରେରେ ଘଟିଛି। ଘଟଣାଟି କେବଳ ଫିଲିପାଇନ୍ସରେରେ ନୁହେଁ, ସାରା ଦେଶରେ ଚର୍ଚ୍ଚିତ ହୋଇଛି। କହିବାକୁ ଗଲେ ବର ଆଉ କନ୍ୟାଙ୍କ ମଧ୍ୟରେ ବୟସର ବ୍ୟବଧାନ ସାଧାରଣ ଜିନିଷ ହୋଇଥାଏ । ଯଦିଓ ଏହି ବୟସର ଦୂରତା ୧ ରୁ ୫ ବର୍ଷ କିମ୍ବା ପୁଣି ଅଧିକରୁ ଅଧିକ ୧୦ ବର୍ଷର ହୋଇଥାଏ । କିନ୍ତୁ ଏହି ବିରଳ ଲଭ ଷ୍ଟୋରୀଙ୍କୁ ନେଇ ଏବେ ଚାରିଆଡ଼େ ଖୁବ୍ ଚର୍ଚ୍ଚା ଚାଲିଛି । ନିଜଠାରୁ ୬୦ ବର୍ଷ ବଡ଼ ଜଣେ କୃଷକଙ୍କ ସହ ଲଭ୍ ମ୍ୟାରେଜ କରିଛନ୍ତି ଜଣେ ୧୮ ବର୍ଷୀୟା ଯୁବତୀ । ସୋସିଆଲ ମିଡ଼ିଆରେ ଏଭଳି ଏକ ଲଭ୍ ମ୍ୟାରେଜକୁ ନେଇ ବହୁତ ଚର୍ଚ୍ଚା ହେଉଛି । ପ୍ରେମୀଯୁଗଳ ୩ ବର୍ଷ ଧରି ରିଲେସନସିପରେ ରହିବା ପରେ ଶେଷରେ ପରସ୍ପରକୁ ବିବାହ କରିଥିଲେ । ବର ଏବଂ କନ୍ୟାର ପରିବାର ମଧ୍ୟ ଏହି ବିବାହ ପାଇଁ ରାଜି ହୋଇଥିଲେ।

ଏହା ପରେ ଦୁହେଁ ଇସଲାମିକ ରୀତିନୀତି ଅନୁଯାୟୀ ବିବାହ କରିଥିଲେ। ୭୮ ବର୍ଷ ବୟସ୍କା ରସିଦ ମଙ୍ଗକୋପ ବୃତ୍ତି ଅନୁଯାୟୀ ଜଣେ କୃଷକ। ବିବାହ ପରେ ଏବେ ଖୁବଶୀଘ୍ର ପ୍ରେମୀଯୁଗଳ ନିଜର ନୂଆ ପରିବାର ଆରମ୍ଭ କରିବାକୁ ଯାଉଛନ୍ତି । ଏହି ଅବସରରେ ସେମାନଙ୍କର ବନ୍ଧୁ, ପରିଜନମାନେ ବିବାହର ଶୁଭକାମନା ଜଣାଇଛନ୍ତି । ରିପୋର୍ଟ ଅନୁଯାୟୀ ପ୍ରଥମ ଦେଖାରେ ଦୁହେଁ ପରସ୍ପରକୁ ଭଲ ପାଇଥିଲେ। ଏହା ପରେ ଦୁହେଁ ଜୀବନ ସାଥି ହେବାକୁ ରହିବାକୁ ସ୍ଥିର କଲେ | ପ୍ରାୟ ତିନି ବର୍ଷ ଧରି ଏକ ଲିଭ-ଇନ୍ ସଂପର୍କରେ ରହିବା ପରେ ଦୁହେଁ ନିଜ ନିଜ ପରିବାର ଆଗରେ ବିବାହ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ | ଯାହା ପରେ ଉଭୟଙ୍କ ପରିବାର ବିବାହ ପାଇଁ ସମ୍ମତି ଦେଇଥିଲେ। ତା’ପରେ ଉଭୟ ପରିବାରର ଉପସ୍ଥିତିରେ ବିବାହ କରିଥିଲେ। ଏହି ବିବାହ ପାଇଁ ଉଭୟ ବର ଓ କନ୍ୟା ପକ୍ଷଙ୍କ ସହମତି ରହିଥିଲା । ପ୍ରଥମେ ଯୁବତୀ ଜଣଙ୍କ ନିଜର ହୃଦୟ ତାଙ୍କ ପ୍ରେମିକଙ୍କୁ ଦେଇସାରିଥିଲେ । ପୂର୍ବରୁ ବୃଦ୍ଧ ଜଣଙ୍କ ବିବାହ ନକରି ସିଙ୍ଗଲ ରହିଥିଲେ । ତେଣୁ କନ୍ୟାଙ୍କ ପରିବାରବର୍ଗ ଏହି ବିବାହରେ ରାଜି ହୋଇଯାଇଥିଲେ । ଫିଲିପାଇନ୍ସରେ ଏଭଳି ଏକ ଲଭ୍ ମ୍ୟାରେଜ ଦେଖିବାକୁ ମିଳିଛି । ତେବେ ସେଠାରେ ଏଭଳି ଏଜ୍ ଗ୍ୟାପିଂ ମ୍ୟାରେଜ ଅତି ସାଧାରଣ କଥା । କିନ୍ତୁ ଆମ ସମାଜରେ ଏହା ଅସାଧାରଣ ମନେହୁଏ ।

Leave A Reply

Your email address will not be published.