You are currently viewing ପାଣି ନପିଇ ବଞ୍ଚିପାରେ ଏହି ପକ୍ଷୀ

ପାଣି ନପିଇ ବଞ୍ଚିପାରେ ଏହି ପକ୍ଷୀ

ସମଗ୍ର ପୃଥିବୀରେ ୫୦୦୦କୋଟି ପକ୍ଷୀ ରହିଥାଆନ୍ତି । ଯେଉଁଥିରେ ଅନେକ ପ୍ରଜାତିର ପକ୍ଷୀ ଦୁଳର୍ଭ ହୋଇଥାଆନ୍ତି । ଏମାନଙ୍କ ମଧ୍ୟରୁ କିଛି ଏମିତି ପକ୍ଷୀ ଅଛନ୍ତି ଯେଉଁମାନେ ନିଜର ବିଶେଷଗୁଣ ପାଇଁ ଚର୍ଚ୍ଚାରେ ରୁହନ୍ତି । ଦୁନିଆରେ ଏମିତି କିଛି ଜୀବ ଅଛନ୍ତି ଯେଉଁମାନେ ଅଳ୍ପ ପାଣି ପିଇ ମଧ୍ୟ ଜୀବନ ଧାରଣ କରି ରହିପାରନ୍ତି । କିନ୍ତୁ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ ପୃଥିବୀରେ ଏମିତି ଏକ ପକ୍ଷୀ ଅଛି ଯିଏ ଶୋଷରେ ବ୍ୟାକୁଳ ହେଉଥିଲେ ମଧ୍ୟ ପାଣି ପିଏ ନାହିଁ । ଆପଣ ଭାବୁଥିବେ କି ଏ ପକ୍ଷୀ କିଭଳି ପାଣି ପିଉଛି, କାରଣ ପାଣି ବିନା ଜୀବନ ଧାରଣ କରିବା ଅସମ୍ଭବ । ତେବେ ଆସନ୍ତୁ ଜାଣିବା ଏହି ବିଶେଷ ପକ୍ଷୀର ନାମ ଏବଂ ସେ କେଉଁ ପାଣି ପିଇଥାଏ ।
ଏହି ପକ୍ଷୀର ନାମ ହେଉଛି ଚାତକ, ଏହି ପକ୍ଷୀ ନଦୀର ପାଣି ପିଇନଥାଏ । ଶୁଣିଲେ ଆଶ୍ଚର୍ଯ୍ୟହେବେ କି ଏହି ପକ୍ଷୀ କେବଳ ବର୍ଷା ପାଣି ପିଇଥାଏ । ଯେବେ ବର୍ଷା ହୁଏ ସେତେବେଳେ ଏହି ପକ୍ଷୀ ପାଣି ପିଇଥାଏ । ଅନ୍ୟ ସମୟରେ ଶୋଷ ଲାଗିଲେ ମଧ୍ୟ ଏହି ପକ୍ଷୀ ପାଣି ପିଏ ନାହିଁ । କେବଳ ବର୍ଷା ହେଲେହିଁ ସେ ପାଣି ପିଇଥାଏ । କୁହାଯାଏକି ଯଦି ପକ୍ଷୀଟି ଶୋଷରେ ବ୍ୟାକୁଳ ହେଉଥିବ ଏବଂ ତାକୁ ସେସମୟରେ ପାଣିରେ ଛାଡିଲେ ମଧ୍ୟ ସେ ପାଣିରେ ନିଜ ପାଟି ଖୋଲିନଥାଏ । ଏ କ୍ଷେତ୍ରରେ ପକ୍ଷୀଟି ବହୁତ ସ୍ୱାଭୀମାନି ହୋଇଥାଏ । ଏଭଳି ପକ୍ଷୀ କେବଳ ଏସିଆ ଓ ଆଫ୍ରିକା ମହାଦ୍ୱୀପରେ ଦେଖାଯିବା ସହ ଭାରତର ଉତ୍ତରାଖଣ୍ଡ ରାଜ୍ୟରେ ମଧ୍ୟ ଦେଖାଯାଏ । ଏହି ପକ୍ଷୀଟି ଅଧିକ ସମୟ ଆକାଶରେ ଉଡିବୁଲେ । ଏହି ପକ୍ଷୀଟି କେବଳ ସ୍ୱାତୀ ନକ୍ଷତ୍ରରେ ବର୍ଷା ହେଲେ ପାଣି ପିଇଥାଏ । ଉତ୍ତରାଖଣ୍ଡରେ ଲୋକେ ଏହାକୁ ଚୋଲି ନାମରେ ଡାକୁଥିବାବେଳେ ମାରୱାଡିରେ ଏହାକୁ ମଘବା ଏବଂ ପପିତା ଡାକନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।