You are currently viewing ଏପ୍ରିଲ ୨୦ରେ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ

ଏପ୍ରିଲ ୨୦ରେ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ

ପ୍ରତିବର୍ଷ ଲାଗୁଥିବା ଗ୍ରହଣର ପ୍ରଭାବ ସମସ୍ତ ୧୨ଟି ରାଶିର ଜାତକଙ୍କ ଜୀବନରେ ଦେଖିବାକୁ ମିଳେ । ଚଳିତ ଥର ୨୦୨୩ ବର୍ଷରେ ମୋଟ ୪ଟି ଗ୍ରହଣ ଲାଗିବ । ସେଥିମଧ୍ୟରୁ ୨ଟି ସୂର୍ଯ୍ୟ ପରାଗ ଓ ୨ଟି ଚନ୍ଦ୍ର ଗ୍ରହଣ ସାମିଲ ଅଛି । ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଏପ୍ରିଲ ୨୦ରେ ଲାଗିବ । ପ୍ରଥମ ସୂର୍ଯ୍ୟ ପରାଗ ଦ୍ୱାରା ଅନେକ ରାଶି ଉପରେ ଖରାପ ପ୍ରଭାବ ପଡିବ ତ ଅନେକଙ୍କ ଉପରେ ଏହାର ଭଲ ପ୍ରଭାବ ବି ପଡି଼ବ । ଆପଣଙ୍କୁ କହି ରଖୁଛୁ ଯେ, ଏହି ସୂର୍ଯ୍ୟ ପରାଗ ଏପ୍ରିଲ ୨୦ ତାରିଖର ସକାଳ ୭.୦୪ ମିନିଟରେ ଲାଗିବ ଓ ମଧ୍ୟାହ୍ନ ୧୨.୨୯ ମିନିଟ ପର୍ଯ୍ୟନ୍ତ ଚାଲିବ । କିନ୍ତୁ ବଡ କଥା ହେଉଛି ଏହି ସୂର୍ଯ୍ୟ ପରାଗ ଭାରତରେ ଦୃଶ୍ୟମାନ ହେବ ନାହିଁ । ତେବେ ବି ଏହାର ଖରାପ ପ୍ରଭାବ କିଛି ରାଶିର ଲୋକଙ୍କ ଉପରେ ପଡି଼ବ।

ଏହି ସୂର୍ଯ୍ୟ ପରାଗ ଭାରତରେ ଦୃଶ୍ୟମାନ ହେବ ନାହିଁ । କିନ୍ତୁ ଏହାର ଖରାପ ପ୍ରଭାବ କିଛି ରାଶିର ଲୋକଙ୍କ ଜୀବନରେ ଦେଖିବାକୁ ମିଳିବ । ଗର୍ଭବତୀ ମହିଳାମାନେ ସୂର୍ଯ୍ୟ ପରାଗ ସମୟରେ ବିଶେଷ ସତର୍କତା ଅବଲମ୍ବନ କରିବା ଉଚିତ୍ । ସୂର୍ଯ୍ୟ ପରାଗ ସମୟରେ ସେମାନେ ଶୋଇବା ଉଚିତ୍ ନୁହେଁ କିମ୍ବା କିଛି ଖାଇବା ଉଚିତ୍ ନୁହେଁ ।

ଏବେ ଜାଣନ୍ତୁ ଏହି ସମୟରେ କଣ କରିବା ଉଚିତ ନୁହେଁ :-

ସୂର୍ଯ୍ୟ ପରାଗ ସମୟରେ ଭୋଜନ ପ୍ରସ୍ତୁତ କରନ୍ତୁ ନାହିଁ କିମ୍ବା ପୂର୍ବରୁ ପ୍ରସ୍ତୁତ ଖାଦ୍ୟ ଖାଆନ୍ତୁ ନାହିଁ । ଏହି ସମୟରେ ଖାଦ୍ୟ କୁ ବାରଣ କରାଯାଇଛି`

ସୂର୍ଯ୍ୟ ପରାଗ ପୂର୍ବରୁ ଖାଦ୍ୟ ଓ ପାନୀୟ ଜିନିଷରେ ତୁଳସୀ ପତ୍ର ରଖନ୍ତୁ । ମାନ୍ୟତା ରହିଛି ଯେ ଏମିତିରେ ଖାଦ୍ୟ ଛୁଆଁ ହୁଏ ନାହିଁ`

ଗର୍ଭବତୀ ମହିଳାମାନେ ସୂର୍ଯ୍ୟ ପରାଗ ସମୟରେ ବିଶେଷ ସତର୍କତା ଅବଲମ୍ବନ କରିବା ଉଚିତ୍ । ସୂର୍ଯ୍ୟ ପରାଗ ସମୟରେ ସେମାନେ ଶୋଇବା ଉଚିତ୍ ନୁହେଁ କିମ୍ବା କିଛି ଖାଇବା ଉଚିତ୍ ନୁହେଁ ।

ପରାଗ ସମୟରେ ଦେବାଦେବୀଙ୍କ ମୂର୍ତ୍ତିଗୁଡ଼ିକୁ ଘରର ମନ୍ଦିରରେ ଘୋଡାଇ ରଖନ୍ତୁ । ଏହି ସମୟରେ ପୂଜା କରନ୍ତୁ ନାହିଁ ।

ସୂର୍ଯ୍ୟ ପରାଗ ସମୟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ହୋଇପାରିଲେ ଶୌଚ କରନ୍ତୁ ନାହିଁ ।

ସୂର୍ଯ୍ୟ ପରାଗର ସମୟ ଅତ୍ୟନ୍ତ ଅଶୁଭ ବୋଲି ମନେ କରାଯାଏ । ତେଣୁ ଏହି ସମୟ ମଧ୍ୟରେ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ ।

ସୂର୍ଯ୍ୟ ଗ୍ରହଣ ସମୟରେ ଶୋଇବା ମନା ।ଏହାସହ ଯାତ୍ରା କରନ୍ତୁ ନାହିଁ ।

ଏହି ସମୟରେ ପାଣି ପିଇବାକୁ ମଧ୍ୟ ବାରଣ କରାଯଇଛି।

ସୂର୍ଯ୍ୟ ପରାଗ ସମୟରେ ଏହି ସବୁ କାର୍ଯ୍ୟ କୁ ନିଷେଧ କରାଯାଇଛି। ତେବେ ଏହି ନିୟମ ଶିଶୁ, ବୃଦ୍ଧ ଏବଂ ରୋଗୀ ପାଇଁ ବୈଧ ନୁହେଁ । ଯେଉଁମାନଙ୍କର ଏହି ସବୁକୁ ସହ୍ୟ କରିବାର କ୍ଷମତା ନାହିଁ, ସେହି ଲୋକମାନେ ଖାଦ୍ୟ ଖାଇପାରିବେ ଓ ପାଣି ପିଇ ପାରିବେ ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଯେତେବେଳେ ସୂର୍ଯ୍ୟ ପରାଗ ହେବ ସେତେବେଳେ ସୂର୍ଯ୍ୟ ମେଷ ରାଶିରେ ପ୍ରବେଶ କରିଥିବେ । ମାନେ ଏହି ପରାଗ ଆସନ୍ତା ମେଷ ବା ମହାବିଷୁବ ସଂକ୍ରାନ୍ତି ପରେ ପଡିବ। ଏପରି ପରିସ୍ଥିତିରେ ଏହି ରାଶିର ଲୋକଙ୍କ ଉପରେ କିଛି ପ୍ରଭାବ ପଡିପାରେ । ଏହି ରାଶିର ଲୋକଙ୍କ ଜୀବନ ଉପରେ ସୂର୍ଯ୍ୟ ପ୍ରତିକୂଳ ପ୍ରଭାବ ପକାଇବ । ମେଷ ରାଶି ସହିତ ଏହା କନ୍ୟା ରାଶି ଉପରେ ମଧ୍ୟ ଖରାପ ପ୍ରଭାବ ପକାଇପାରେ` ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମିଥୁନ ରାଶି ଉପରେ ଭଲ ପ୍ରଭାବ ପଡିପାରେ।

ଅନ୍ୟମାନଙ୍କୁ ଜଣାନ୍ତୁ।