ହାତରେ ବାରକୋଡର ଟାଟୁ

ଆଜିକାଲି ଅନେକ ଲୋକ ହାତରେ ଟାଟୁ କରୁଛନ୍ତି । ବିଭିନ୍ନ ଚିତ୍ର ବା ନାମ ଲେଖୁଛନ୍ତି କିନ୍ତୁ ଆପଣ ଜାଣିଛନ୍ତି କି କିଏ ବାର କୋଡ ଟାଟୁ ନିଜ ହାତରେ କରିବା ଏହା ଆଶ୍ଚର୍ଯ୍ୟ ହେଲେ ମଧ୍ୟ ସତ । ଏହି ବାରକୋଡ ମୂଲ୍ୟର ସ୍କାନ କରିବା ପାଇଁ ବ୍ୟବହାର ହୋଇଥାଏ । ଆଜିକାଲି ଲୋକମାନେ ଟଙ୍କା ଦେବା ପରିବାର୍ତ୍ତେ ଅନଲାଇନ ପେମେଣ୍ଟକୁ ଅଧିକ ପସନ୍ଦ କରୁଛନ୍ତି । ନିଜ ଫୋନରେ କୋଡ ସ୍କାନ କରି ସେମାନେ ପେମେଣ୍ଟ କରନ୍ତି । ତେବେ ତାୱାନର ଜଣେ ବ୍ୟକ୍ତି ଏପରି ଆଶ୍ଚର୍ଯ୍ୟଜନକ କାମ କରିଛନ୍ତି । ଯାହାକୁ କେହି ବିଶ୍ୱାସ ମଧ୍ୟ କରିପାରୁ ନଥିଲେ । ସେ ଅନଲାଇନ ପେମେଣ୍ଟ କରିବା ପାଇଁ ତାଙ୍କ ହାତରେ ବାରକୋଡ ଟାଟୁ କରିଛନ୍ତି । କାରଣ ତାଙ୍କୁ ପ୍ରତ୍ୟେକ ଥର ଫୋନ ବ୍ୟବହାର କରିବାକୁ ଇଚ୍ଛା ନାହିଁ । ସେ ପ୍ରତ୍ୟେକ ଥର ଫୋନ ବ୍ୟବହାର କରି ଥକି ଯାଇଛନ୍ତି ଯାହା ଫଳରେ ସେ ଏପରି ଅଜବ ସମାଧାନ ବାହାର କରିଛନ୍ତି । ସେ ତାଙ୍କର ପେମେଣ୍ଟ ବାରକୋଡକୁ ହାତରେ ଟାଟୁ କରିଛନ୍ତି ଯାହା ଦ୍ୱାରା ସେ ସହଜରେ ପେମେଣ୍ଟ କରିପାରୁଛନ୍ତି । ତେବେ ବ୍ୟକ୍ତି ଜଣକ କହିଛନ୍ତି ସେ ଅନେକ ଦିନରୁ ଟାଟୁ କରିବା ପାଇଁ ଚିନ୍ତା କରୁଥିଲେ ଯାହା ଫଳରେ ସେ ବାରକୋଡକୁ ନିଜ ହାତରେ କରିଥିଲେ ।

Leave A Reply

Your email address will not be published.

4 × 3 =