You are currently viewing ହନୁମାନ ଅଷ୍ଟକ ପାଠ କରିବାର ସୁପରିଣାମ

ହନୁମାନ ଅଷ୍ଟକ ପାଠ କରିବାର ସୁପରିଣାମ

ଭଗବାନ ହନୁମାନଙ୍କୁ ସମସ୍ତେ ସଙ୍କଟ ମୋଚନ ନାମରେ ଜାଣନ୍ତି । ମନରେ ପୁରା ଶ୍ରଦ୍ଧା ଓ ଭକ୍ତିର ସହ ହନୁମାନଙ୍କୁ ସ୍ମରଣ କଲେ ବଜରଙ୍ଗୀ ଭକ୍ତଙ୍କର ସମସ୍ତ କଷ୍ଟକୁ ଦୂର କରନ୍ତି । ଶାସ୍ତ୍ର ଅନୁସାରେ ଭଗବାନ ହନୁମାନ ହେଉଛନ୍ତି ଭଗବାନ ଶଙ୍କରଙ୍କର ଏକ ଅଂଶ । ମଙ୍ଗଳବାର ହନୁମାନ ଚାଳିଶା ପାଠ କରିବାର ଲାଭ ବିଷୟରେ ପ୍ରାୟ ସମସ୍ତେ ଜାଣନ୍ତି । କିନ୍ତୁ କକ୍ଷଣ ଆପଣ ହନୁମାନ ଅଷ୍ଟକ ବିଷୟରେ ଜାଣନ୍ତିକି ? ଏହାକୁ କିଏ ଏବଂ କେତେେବେଳେ ପାଠ କରିବା ଆବଶ୍ୟକ । ନିୟମିତ ଭାବେ ପ୍ରତି ମଙ୍ଗଳବାର ହନୁମାନ ଅଷ୍ଟକ ପାଠ କରିବା ଦ୍ୱାରା ବ୍ୟକ୍ତି ଭୟମୁକ୍ତ ହୋଇଥାଏ ଓ ଶତ୍ରୁ ଉପରେ ବିଜୟ ପ୍ରାପ୍ତ କରିଥାଏ । ତେବେ ଆସନ୍ତୁ ଜାଣିବା ହନୁମାନ ଅଷ୍ଟକ ବିଷୟରେ କିଛି ରୋଚକ କଥା ।

ଶାସ୍ତ୍ର ଅନୁସାରେ ଯଦି ବ୍ୟକ୍ତ ଶତ୍ରୁ ଠାରୁ ବ୍ମ୍‌ା ଅନ୍ୟ କୌଣସି କାରଣରୁ ବିଚଳିତ ରହୁଛି ତେବେ ପ୍ରତି ମଙ୍ଗଳବାରରେ ହନୁମାନ ଅଷ୍ଟକ ପାଠ କରିବା ଆବଶ୍ୟକ । ଏହାଦ୍ୱାରା ବହୁତ ଲାଭ ହୋଇଥାଏ । ଶ୍ରଦ୍ଧା ପୂର୍ବକ ହନୁମାନ ଅଷ୍ଟକ ପାଠ କରିବା ଦ୍ୱାରା ସମସ୍ତ ଶାରୀରିକ କଷ୍ଟରୁ ମୁକ୍ତି ମିଳିଥାଏ । ଏହାକୁ ଆପଣ କେଯଣସି ସ୍ଥାନରେ ମଧ୍ୟ କରିପାରିବେ ।ହନୁମାନ ଅଷ୍ଟକ ପାଠ କରିବାର ନିୟମ :ଏହାକୁ ପାଠ କରିବାର ସେକିତି କିଛି ଖାସ ନିୟମ ନାହିଁ । କିନ୍ତୁ ଆପଣ ଏହାକୁ ପାଠ କରିବା ସମୟରେ ହନୁମାନଙ୍କ ସହ ପ୍ରଭୁ ଶ୍ରୀରାମଙ୍କ ଫଟୋ ମଧ୍ୟ ଲଗାଇବା ଆବଶ୍ୟକ । ଏହାପରେ ଫଟୋ ସାମ୍ନାରେ ଘିଅ ଦୀପ ଲଗାନ୍ତୁ । ଏବଂ ଏକ ଗ୍ଲାସରେ ପାଣି ମଧ୍ୟ ଭତ୍ତି କରି ରଖନ୍ତୁ । ଏହାପରେ ଶ୍ରଦ୍ଧାର ସହ ହନୁମାନଙ୍କୁ ଧ୍ୟାନ କରନ୍ତୁ । ଜ୍ୟୋତିଷ ଶସ୍ତ୍ରେ ଅନୁସାରେ ହନୁମାନଙ୍କ ପୂଜା କରିବା ସମୟରେ ଜଳ ସହ ତୁଳସୀ ମଧ୍ୟ ଅର୍ପଣ କରାଯାଏ । ମାନ୍ୟତା ଅଛିକି ହନୁମାନ ଅଷ୍ଟକ ପାଠ କରିସାରିବା ପରେ ଏହି ତୁଳସୀକୁ ସେବନ କଲେ ଶାରୀରିକ ଏବଂ ମାନସିକ କଷ୍ଟରୁ ମୁକ୍ତି ମିଳିଥାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।