You are currently viewing ଚୈତ୍ର ନବରାତ୍ରୀର ଶୁଭ ମୁହୂର୍ତ୍ତ

ଚୈତ୍ର ନବରାତ୍ରୀର ଶୁଭ ମୁହୂର୍ତ୍ତ

ସାଧାରଣତଃ ଆମେ ସମସ୍ତେ ଇଂରାଜୀ କ୍ୟାଲେଣ୍ଡର ଅନୁସାରେ ନୂଆବର୍ଷ ପାଳନ କରିଥାଉ। ମାତ୍ର ଆମ ହିନ୍ଦୁ କ୍ୟାଲେଣ୍ଡରରେ ନୂଆବର୍ଷ ଆରମ୍ଭ ଚୈତ୍ରମାସ ଠାରୁ ହୋଇଥାଏ। ଏହା ମାର୍ଚ୍ଚ ଓ ଏପ୍ରିଲ ମାସର ମଧ୍ୟଭାଗରେ ପଡିଥାଏ। ମହାରାଷ୍ଟ୍ରରେ ଏହାକୁ ‘ଗୁଡୀ ପାଡଓ୍ଵା’ ତାମିଲନାଡୁରେ ‘ ପୁଥଣ୍ଡୁ’ ଓ ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକରେ ‘ଉଗାଡି’ ନାଁ ରେ ପାଳନ କରାଯାଏ। ଆମ ହିନ୍ଦୁ କ୍ୟାଲେଣ୍ଡରରେ ୧୨ମାସରେ ରହିଛି ୧୩ ପର୍ବ। ଯାହାକୁ ଆମେ ବେଶ ଆନନ୍ଦ ଉଲ୍ଲାସରେ ପାଳନ କରିଥାଉ। ସେଥିମଧ୍ୟରୁ ଚୈତ୍ର ନବରାତ୍ରୀ ଅନ୍ୟତମ। ଚୈତ୍ରମାସର ଏହି ପୂଜା ମା’ ଦୁର୍ଗାଙ୍କୁ ମନାସି କରାଯାଏ। ହିନ୍ଦୁ ପରମ୍ପରା ଅନୁଯାୟୀ ସୂର୍ଯ୍ୟ ମେଷ ରାଶିରେ ପ୍ରବେଶ କଲେ ଅର୍ଥାତ ଅପ୍ରେଲ ମାସର ଅଧାରୁ ଚୈତ୍ର ମାସ ଆରମ୍ଭ ହୋଇଯାଏ। ଶାସ୍ତ୍ର ଅନୁଯାୟୀ ସୃଷ୍ଟିକର୍ତ୍ତା ବ୍ରହ୍ମା ଚୈତ୍ରମାସ ଶୁୂକ୍ଳପକ୍ଷର ପ୍ରଥମ ଦିନରେ ବ୍ରହ୍ମାଣ୍ଡକୁ ସୃଷ୍ଟି କରିଥିଲେ। ଏହାପରେ ସେ ଋତୁ, ଗ୍ରହ- ନକ୍ଷତ୍ର ଓ ବର୍ଷ ଆରମ୍ଭ କରିଥିଲେ। ଚୈତ୍ରମାସ ଆରମ୍ଭ ହୋଇଯାଇଛି। ଏହି ମାସର ରହିଛି ଅନେକ ମାହାତ୍ମ୍ୟ। ପ୍ରତିମାସ ଭଳି ଏହି ମାସରେ ୧୫ ଦିନ ଶୁକ୍ଳ ପକ୍ଷ ୧୫ ଦିନ କୃଷ୍ଣ ପକ୍ଷ ରହିଛି। ଏହାର ପ୍ରତେକ୍ୟଟି ଦିନ ସବୁ ଭଗବାନଙ୍କୂୁ ସମର୍ପିତ କରାଯାଇଛି। ଶୁକ୍ଳପକ୍ଷ ପ୍ରତିପଦାଠୁ ଆରମ୍ଭ ହୋଇ ପୂର୍ଣ୍ଣିମାରେ ଶେଷ ହୋଇଥାଏ। ସେହିପରି କୃଷ୍ଣପକ୍ଷ ପ୍ରତିପଦାଠୁ ଆରମ୍ଭ ହୋଇ ଅମାବାସ୍ୟାରେ ଶେଷ ହୋଇଥାଏ। ଚୈତ୍ରମାସରେ ଚୈତ୍ର ନବରାତ୍ରୀ ପାଳନ କରାଯାଏ। ଏହାସହ ଦୁର୍ଗାଷ୍ଟମୀ, ରାମନବମୀ ଓ ଶୀତଳ ସପ୍ତମୀ ଓ ଅଷ୍ଟମୀ ପର୍ବ ମଧ୍ୟ ରହିଛି। ଏହା ବ୍ୟତୀତ ଗଣଗୋର, ମହାବୀର ଜୟନ୍ତି ତଥା ପଣା ସଂକ୍ରାନ୍ତି ଏବଂ ଗଣେଶ ଚତୁର୍ଥୀ ପର୍ବ ଏହି ମାସରେ ଅଛି। ହିନ୍ଦୁ ଧର୍ମରେ ଚୈତ୍ର ନବରାତ୍ରୀ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ହିନ୍ଦୁ ଧର୍ମରେ ମାଆ ଦୁର୍ଗାଙ୍କ ନବରାତ୍ରୀର ବିଶେଷ ମହତ୍ୱ ରହିଛି । ବର୍ଷକୁ ମାଆଙ୍କ ନବରାତ୍ରୀ ୪ଥର ପାଳନ କରାଯାଏ । ୨ଥର ଗୁପ୍ତ ନବରାତ୍ରୀ ପାଳନ ହେଉଥିବା ବେଳେ ୩ୟ ଥର ଚୈତ୍ର ନବରାତ୍ରୀ ଏବଂ ୪ର୍ଥ ଥର ଶାରଦୀୟ ନବରାତ୍ରୀ ରୂପେ ପାଳନ ହୋଇଥାଏ । ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ଚଳିତ ବର୍ଷ ଚୈତ୍ର ନବରାତ୍ରୀ ୨୨ ମାର୍ଚ୍ଚ ରୁ ଆରମ୍ଭ ହୋଇ ୩୦ ମାର୍ଚ୍ଚରେ ଶେଷ ହେବ ।

ଆସନ୍ତୁ ଜାଣିବା ଚୈତ୍ର ନବରାତ୍ରର ପ୍ରଥମ ଦିନ କେଉଁ ସମୟରେ ପୂଜା ପାଇଁ ଶୁଭ ସମୟ ରହିଛି । ପ୍ରଥମ ଦିନ ବ୍ରତଧାରୀମାନେ ମାଆ ଦୁର୍ଗାଙ୍କୁ କେଉଁ ସମୟରେ ପୂଜା କରିପାରିବେ। ନବରାତ୍ରର ଏହି ନଅ ଦିନରେ ମାଆ ଦୁର୍ଗାଙ୍କୁ ଭିନ୍ନ ଭିନ୍ନ ରୂପରେ ପୂଜା କରାଯାଇଥାଏ । ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ଚୈତ୍ର ମାସ ଶୁକ୍ଲପକ୍ଷ, ୨୧ ତାରିଖ ସକାଳ ୧୦ଟା ୨ ମିନିଟରୁ ପୂଜା ପାଇଁ ଶୁଭ ସମୟ ଆରମ୍ଭ ହେଉଛି । ଏବଂ ମାର୍ଚ୍ଚ ୨୨ ରାତି ୮ଟା ୨୦ରେ ପୂଜା ପାଇଁ ଶୁଭ ସମୟ ଶେଷ ହେଉଛି । ଏହି ଅବସରରେ ମାର୍ଚ୍ଚ ୨୨ ତାରିଖ ଦିନ ଘାଟସ୍ଥାପନା କରାଯିବ। ଏହି ଦିନ ବ୍ରତଧାରୀମାନେ ସକାଳ ୬ଟା ୨୯ରୁ ୭ଟା ୩୯ ମିନିଟ୍ ପର୍ଯ୍ୟନ୍ତ ଘଟ ସ୍ଥାପନା କରିପାରିବେ। ବିଶ୍ୱାସ କରାଯାଏ ଯେ ଏକ ଶୁଭ ସମୟରେ ଘଟସ୍ଥାପନା କରି ପୂଜା କଲେ ସମସ୍ତ ବାଧାବିଘ୍ନ ଦୂର ହୋଇଯାଏ ଏବଂ ଘରେ ସୁଖ ଏବଂ ସମୃଦ୍ଧି ବୃଦ୍ଧି ପାଇଥାଏ । ପୂଜାପାଠ ପାଇଁ ଅତ୍ୟନ୍ତ ଶୁଭଦିନ ନବରାତ୍ରର ପ୍ରଥମ ଦିନ । ଚୈତ୍ର ନବରାତ୍ରୀରେ ଏହି ମହାସଂଯୋଗ ପ୍ରଥମ ଥର ପାଇଁ ପଡୁଛି । ଏହି ଦିନ ଶୁକ୍ଲା ଯୋଗ ଏବଂ ବ୍ରହ୍ମ ଯୋଗ ଗଠନ କରାଯାଉଛି। ବ୍ରହ୍ମା ଯୋଗ ମାର୍ଚ୍ଚ ୨୨ ସକାଳ ୯ଟା ୧୮ ରୁ ମାର୍ଚ୍ଚ ୨୩ ରେ ୬ଟା ୧୬ ପର୍ଯ୍ୟନ୍ତ ରହିଛି । ଏବଂ ଶୁକ୍ଲା ଯୋଗ ମାର୍ଚ୍ଚ ୨୧, ସକାଳ ୧୨ଟା ୪୨ ରୁ ପରଦିନ ସକାଳ ୯ଟା ୧୮ ପର୍ଯ୍ୟନ୍ତ ରହିଛି । ଧାର୍ମିକ ବିଶ୍ୱାସ ଅନୁଯାୟୀ ଏହି ଶୁଭ ସମୟରେ ପୂଜାକଲେ ବ୍ରତଧାରୀଙ୍କ ମାନସିକ ପୁରଣ ହେବା ସହ ସମସ୍ତ ଦୁଃଖକଷ୍ଟ ଦୂର ହୋଇଥାଏ । ଶାସ୍ତ୍ର ଅନୁଯାୟୀ, ଘାଟସ୍ଥାପନା ପାଇଁ ଘରର ପୂର୍ବ କିମ୍ବା ଉତ୍ତର ଦିଗରେ ରହିବା ଉଚିତ୍ ଏବଂ କଳସ କେବଳ ଉତ୍ତର-ପୂର୍ବ କୋଣରେ ସ୍ଥାପନା ହେବା ହେବା ଉଚିତ୍।

ଅନ୍ୟମାନଙ୍କୁ ଜଣାନ୍ତୁ।