You are currently viewing ଦଶହରାରେ କରନ୍ତୁ ନୀଳକଣ୍ଠ ପକ୍ଷୀର ଦର୍ଶନ

ଦଶହରାରେ କରନ୍ତୁ ନୀଳକଣ୍ଠ ପକ୍ଷୀର ଦର୍ଶନ

ଦଶହରା ଦିନ ନୀଳକଣ୍ଠ ପକ୍ଷୀର ଦର୍ଶନ ବହୁତ ଶୁଭ ହୋଇଥାଏ ।
ପ୍ରତି ବର୍ଷ ଶୁକ୍ଳ ପକ୍ଷ ଦଶମୀ ତିଥିରେ ଦଶହରା ଉତ୍ସବ ପାଳନ କରାଯାଏ । ଏହି ଦିନ ଭଗବାନ ରାମ ରାବଣର ବଧ କରିଥିଲେ । ସେବେ ଠାରୁ ଦଶହରା ଦିନ ରାବଣ ପୋଡା ହୋଇଥାଏ । ଦଶହରା ଦିନ ନୀଳକଣ୍ଠ ପକ୍ଷୀର ଦର୍ଶନ ଯଦି କରାଯାଏ ତେବେ ବହୁତ ଶୁଭ ହୋଇଥାଏ ବୋଲି ମାନ୍ୟତା ରହିଛି ।

ଦଶହରା ଦିନ ନୀଳକଣ୍ଠ ପକ୍ଷୀର ଦର୍ଶନ ବହୁତ ଶୁଭ ହେବା ନେଇ ଏକ ପୌରାଣିକ କଥା ଅଛି । ଏହି ପକ୍ଷୀକୁ ଭଗବାନ ଶିବଙ୍କ ପ୍ରତୀକ ବୋଲି ମନାଯାଏ । ପୁରାଣ ଅନୁସାରେ ରାବଣ ବଧ କରିବା ପରେ ଭଗବାନ ରାମଙ୍କ ଉପରେ ବ୍ରାହ୍ମଣ ହତ୍ୟାର ପାପ ଲାଗିଥିଲା ।

ଏହି ପାପରୁ ମୁକ୍ତି ପାଇବା ପାଇ ପ୍ରଭୁ ରାମ ଭଗବାନ ଶିବଙ୍କୁ ଆରାଧନା କରିଥିଲେ । ରାମଙ୍କୁ ଏହି ପାପରୁ ମୁକ୍ତି ଦେବା ପାଇଁ ଶିବଜୀ ନୀଳକଣ୍ଠ ପକ୍ଷୀ ରୁପରେ ପ୍ରକଟ ହୋଇଥିଲେ । ସେବେ ଠାରୁ ଦଶହରା ଦିନ ନୀଳକଣ୍ଠ ପକ୍ଷୀର ଦର୍ଶନ ଶୁଭ ମନାଯାଇଥାଏ । ଶାସ୍ତ୍ର ଅନୁସାରେ ଦଶହରା ଦିନ ନୀଳକଣ୍ଠ ପକ୍ଷୀର ଦର୍ଶନ ବହୁତ ଶୁଭ ହୋଇଥାଏ । ଯଦି ଦଶହରା ଦିନ କେହି ନୀଳକଣ୍ଠ ପକ୍ଷୀ ଦେଖନ୍ତି, ସେହି ବ୍ୟକ୍ତିଙ୍କ ଘର ଧନଧାନ୍ୟରେ ଭରିଯାଏ । ସେହି ବ୍ୟକ୍ତିଙ୍କ ସବୁ କାର୍ଯ୍ୟ ସଫଳ ହୋଇଥାଏ । ଦଶହରା ଦିନ ନୀଳକଣ୍ଠ ପକ୍ଷୀ ଦେଖିବା ଅର୍ଥ ଏକ ଶୁଭ ଆରମ୍ଭକୁ ମନାଯାଏ । ଏହି ପକ୍ଷୀ ସୌଭାଗ୍ୟର ପ୍ରତୀକ ବୋଲି ଧରାଯାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।