You are currently viewing ଗରମ ତାୱରରେ କାହିଁକି ପାଣି ପକାଇବା ଉଚିତ ନୁହେଁ

ଗରମ ତାୱରରେ କାହିଁକି ପାଣି ପକାଇବା ଉଚିତ ନୁହେଁ

ବାସ୍ତୁ ଶାସ୍ତ୍ରରେ କେତେଗୁଡିଏ ଦରକାରୀ ଜିନିଷର ସଠିକ ଉପଯୋଗ ବିଷୟରେ ଦର୍ଶର୍ାଯାଇଛି । ଉଦାହରଣସ୍ୱରୂପ ରୋଷେଇଘରେ ବ୍ୟବହୃତ ହେଉଥିବା ବାସନ, ଇଲୋକ୍‌ଟ୍ରୋନିକ ଦ୍ରବ୍ୟ ଇତ୍ୟାଦି । ସାଧାରଣତଃ ସମସ୍ତଙ୍କ ଘରେ ରୁଟି ତିଆରି ଗରାଯାଉଥିବା ତାୱା ଥିବ । ତେବେ ଏହି ତାୱାର କିପରି ବ୍ୟବହାର କରିବା ଏବଂ ସଠିକ ରୂପେ ଏହାର ରକ୍ଷଣ କିପରି କରାଯାଏ ସେ ବିଷୟରେ ଜାଣିବା ନିହାତି ଆବଶ୍ୟକ । ସାଧାରଣତଃ ଘରେ ଗୁରୁଜନ ମାନେ ଅନେକ କଥା କରିବାକୁ ବାରଣ କରନ୍ତି । ଏଥି ମଧ୍ୟରୁ ଗରମ ତାୱାରେ ପାଣି ନପକାଇବା ମଧ୍ୟ ଏକ କାରଣ ଅଟେ । ତେବେ ଆସନ୍ତୁ ଜାଣିବା ଗରମ ତାୱାରେ ପାଣି କାହିଁକି ପକାଯାଏ ନାହିଁ ।

ବାସ୍ତୁ ଶାସ୍ତ୍ର ଅନୁସାରେ ଗରମ ତାୱାରେ ପାଣି ପକାଇବା ଦ୍ୱାରା ଯେଉଁ ଶବ୍ଦ ଉତ୍ପନ ହୁଏ ତାହା ସାଧାରଣତଃ ଭଲ ହୋଇନଥାଏ । ଏହି ଶବ୍ଦ ଘର ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ । ଏହା ଘରର ସଦସ୍ୟଙ୍କୁ ରୋଗାଗ୍ରସ୍ତ ମଧ୍ୟ କରିପାରେ । ଏପରି କଥା ମଧ୍ୟ ଅଛି ଯେ ଗରମ ତାୱାରେ ପାଣି ଢାଳିବା ଦ୍ୱାରା ମୁସଳଧାରାରେ ବର୍ଷା ମଧ୍ୟ ହୋଇଥାଏ । ତାୱାର ସମ୍ବଦ୍ଧ ରାହୁଙ୍କ ସହ ମଧ୍ୟ ଜଡିତ ଅଟେ । ସେଥିପାଇଁ ତାୱାକୁ ସର୍ବଦା ସଫାସୁତୁରା ରଖିବା ଆବଶ୍ୟକ । ବାସ୍ତୁ ଅନୁସାରେ ତାୱାକୁ ସର୍ବଦା ରୋଷେିଝରର ଏପରି ସ୍ଥାନରେ ରଖିବା ଆବ୍ୟାକ ଯେପରି ଏହା ବାହାର ଲୋକଙ୍କ ନଜରକୁ ଆସିବ ନାହିଁ । ତାୱାକୁ ସର୍ବଦା ଓଲଟାଇ ରଖିବା ଆବଶ୍ୟକ । ବ୍ୟବହାର ପରେ ତାୱାକୁ ସର୍ବଦା ସଫା କରି ରଖିବା ଆବଶ୍ୟକ । ଏହା କରିବା ଦ୍ୱାରା ଦାରିଦ୍ରତା ଦୂର ହୋଇଥାଏ । ରୁଟି କରିବା ଆଗରୁ ତାୱାରେ ଅଳ୍ପ ଲୁଣ ପକାଇବା ଆବଶ୍ୟକ । ଏପରି କରିବା ଦ୍ୱାରା ଘରେ କେବେହେଲେ ଧନର ଅଭାବ ହୋଇନଥାଏ । ଏହାକୁ ଯଦି ବିଜ୍ଞାନ ଦୃଷ୍ଟିରୁ ଦେଖିବା ତେବେ ଏପରି କରିବା ଦ୍ୱାରା ତାୱା କୀଟାଣୁ ମୁକ୍ତ ହୋଇଥାଏ ଏବଂ ଏଥିରେ ପ୍ରସ୍ତୁତ ରୁଟି ଖାଇବା ଦ୍ୱାରା କୌଣସି ରୋଗ ହୋଇନଥାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।