You are currently viewing ଜାଣନ୍ତୁ ଦୀପ ଲିଭିବା ଶୁଭ ନା ଅଶୁଭ

ଜାଣନ୍ତୁ ଦୀପ ଲିଭିବା ଶୁଭ ନା ଅଶୁଭ

ଦୀପ ଜଳିବା। ବୋଧହୁଏ ଏମିତି କୌଣସି ଶୁଭ କାର୍ଯ୍ୟ ନ ଥିବ, ଯାହାର ପ୍ରାରମ୍ଭରେ ଦୀପ ଜଳୁ ନ ଥିବ। ମାନ୍ୟତା ରହିଛି, ଦୀପ ଜଳାଇବା ଦ୍ୱାରା ବ୍ୟକ୍ତିଙ୍କ ଉପରେ ସମସ୍ତ ଦେବଦେବୀଙ୍କ ଆଶୀର୍ବାଦ ରହିଥାଏ ଏବଂ ସେମାନେ ଜୀବନର ସମସ୍ତ ଅନ୍ଧକାରକୁ ଦୂର କରି ଦିଅନ୍ତି। କିନ୍ତୁ ଯଦି କେବେ ଆଳତି କରିବା ସମୟରେ ହଠାତ୍‌ ଦୀପ ଲିଭିଯାଏ, ତା’ ହେଲେ ଏହାର ଅର୍ଥ କ’ଣ ହୋଇପାରେ? ଏହା କେଉଁ କଥାକୁ ସଙ୍କେତ କରିଥାଏ? ଆଜି ଆମେ ଆପଣଙ୍କୁ ଏ ବିଷୟରେ କହିବୁ

ଶାସ୍ତ୍ର ମୁତାବକ, ପୂଜା ସମୟରେ ଦୀପ ଲିଭିଯିବାର ଅର୍ଥ ହେଲା, ଦେବୀ କିମ୍ବା ଦେବତା ଆପଣଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି। ଏମିତି ଘଟଣା ଘଟିଲେ, ପୂଜା କରୁଥିବା ବ୍ୟକ୍ତିଙ୍କର ମନୋକାମନା ପୂରଣ ହେବାରେ ବାଧା ସୃଷ୍ଟି ହୋଇଥାଏ। ଯଦି କେବେ ଆପଣଙ୍କ ସହିତ ଏଭଳି କିଛି ଘଟେ, ତା’ ହେଲେ ହାତ ଯୋଡ଼ି ଈଶ୍ୱରଙ୍କୁ ସ୍ୱଚ୍ଛ ମନରେ କ୍ଷମା ପ୍ରାର୍ଥନା କରନ୍ତୁ ଏବଂ ପୁଣିଥରେ ଦୀପକ ପ୍ରଜ୍ଜ୍ୱଳନ କରନ୍ତୁ।

ପୂଜା ବେଳେ ଦୀପ ଲିଭିଯିବା କୌଣସି ଅନିଷ୍ଟ ହେବାର ସଙ୍କେତ ହୋଇଥାଏ। ତେଣୁ ଆପଣ ପୂଜା ଆରମ୍ଭ କରିବା ପୂର୍ବରୁ ଦୀପରେ ପର୍ଯ୍ୟାପ୍ତ ମାତ୍ରାରେ ତେଲ, ଘିଅ ଦିଅନ୍ତୁ। ଏଥି ସହିତ ସଳିତାର ଲମ୍ବାକୁ ବି ଥରେ ଚେକ୍‌ କରି ନିଅନ୍ତୁ। ଯଦି ଆପଣ ଏହି ସବୁ ସାବଧାନତା ଉପରେ ଧ୍ୟାନ ରଖିବେ, ତା’ ହେଲେ ନିଶ୍ଚିତ ରୂପେ ଆପଣଙ୍କ ଦୀପ ଅଧିକ ସମୟ ପର୍ଯ୍ୟନ୍ତ ଜଳିବ। ତା’ ଛଡ଼ା ଯେଉଁ ଜାଗାରେ ପୂଜା କରୁଛନ୍ତି, ସେହି ସ୍ଥାନରେ ଥିବା କୁଲର, ପଙ୍ଖା ଆଦିକୁ ବନ୍ଦ କରି ଦିଅନ୍ତୁ। ଯଦି କୌଣସି ବାଟେ ପବନ ଆସୁଛି, ତେବେ ଦୀପକୁ କିଛି ଜିନିଷ ଦ୍ୱାରା ଅଧା କଭର କରି ଦିଅନ୍ତୁ। ବିଶ୍ୱାସ ରହିଛି, ଯେଉଁ ବ୍ୟକ୍ତି ସ୍ୱଚ୍ଛ ତଥା ପବିତ୍ର ମନରେ ଭଗବାନଙ୍କୁ ଆରାଧନା ନ କରେ, ତା’ ସହିତ ଏପରି ଘଟଣା ଘଟିଥାଏ। ତେଣୁ ବ୍ୟକ୍ତି ସ୍ୱଚ୍ଛ ମନରେ ହିଁ ଈଶ୍ୱରଙ୍କୁ ଆରାଧନା କରିବା ଉଚିତ୍‌। ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପୂଜା କଲା ବେଳେ ଆପଣ ନିଜର ସମସ୍ତ ଗ୍ୟାଜେଟ୍‌କୁ ବନ୍ଦ କରି ଦିଅନ୍ତୁ। ଯଥାସମ୍ଭବ ମୋବାଇଲ ବ୍ୟବହାରଠାରୁ ଦୂରେଇ ରୁହନ୍ତୁ।

ଅନ୍ୟମାନଙ୍କୁ ଜଣାନ୍ତୁ।