You are currently viewing ଶୁକ୍ରବାରଦିନ ପର୍ସରେ ରଖନ୍ତୁ ନାହିଁ ଏହି ସବୁ ଜିନିଷ

ଶୁକ୍ରବାରଦିନ ପର୍ସରେ ରଖନ୍ତୁ ନାହିଁ ଏହି ସବୁ ଜିନିଷ

ସମସ୍ତ ବ୍ୟକ୍ତି ମା’ ଲକ୍ଷ୍ମୀଙ୍କ ଅପାର କରୁଣା ଏବଂ ଆଶିଷ ଲାଭ କରିବା ପାଇଁ ଇଚ୍ଛା କରିଥାନ୍ତି । କୁହାଯାଏ, ଯେଉଁ ଜାତକ ଉପରେ ମା ଲକ୍ଷ୍ମୀଙ୍କ କୃପା ରହିଥାଏ, ସେମାନଙ୍କୁ ଜୀବନରେ କୌଣସି ସମସ୍ୟା ହୋଇନଥାଏ । ସମସ୍ତ ପ୍ରକାର ସୁଖ-ସମୃଦ୍ଧି ଏବଂ ଭୌତିକ ସୁଖ ପ୍ରାପ୍ତି ହୋଇଥାଏ ଏହି ଲୋକମାନଙ୍କୁ । ବାସ୍ତୁ ଶାସ୍ତ୍ର ଅନୁସାରେ, ଯଦି ଆପଣ ମଧ୍ୟ ଅର୍ଥାଭାବକୁ ନେଇ ଚିନ୍ତିତ ଅଛନ୍ତି, ତେବେ ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାର କିଛି ଉପାୟ ଜାଣି ରଖନ୍ତୁ । ଜ୍ୟୋତିଶ ଶାସ୍ତ୍ର ଅନୁସାରେ, ପର୍ସରେ କିଛି ଜିନିଷ ରଖିଲେ ଖୁବ ଶୁଭ ହୋଇଥାଏ ।

ବାସ୍ତୁ ବିଶେଷଜ୍ଞଙ୍କ କହିବା ଅନୁସାରେ, ଯଦି କେହି ବ୍ୟକ୍ତି ଲମ୍ବା ସମୟ ଧରି ଆର୍ଥିକ ସମସ୍ୟା ଦେଇ ଗତି କରୁଥାନ୍ତି । ତେବେ ଶୁକ୍ରବାର ଦିନ ଏହି କାମ କରିବା ଦ୍ୱାରା ଆପଣଙ୍କ ଭାଗ୍ୟ ପରିବର୍ତ୍ତନ ହୋଇଥାଏ । ଶୁକ୍ରବାର ଦିନ ମା’ ଲକ୍ଷ୍ମୀଙ୍କୁ ୫ଟି ଛୋଟ ଅଳେଇଚା ପୂଜାରେ ଅର୍ପଣ କରନ୍ତୁ । ଏହାପରେ ଏହାକୁ ଲାଲ ରଙ୍ଗର କପଡାରେ ବାନ୍ଧି ପର୍ସରେ ରଖି ଦିଅନ୍ତୁ । ଏହାଦ୍ୱାରା ପର୍ସରେ ମା’ ଲକ୍ଷ୍ମୀଙ୍କ କୃପା ବର୍ଷିଥାଏ ବୋଲି ବିଶ୍ୱାସ ରହିଛି ।

ଚାଉଳ ଦାନା ପର୍ସରେ ରଖିବା ଶୁଭ ବୋଲି କୁହାଯାଏ । କୌଣସି ପୂଜା ଅନୁଷ୍ଠାନରେ ଚାଉଳର ଆବଶ୍ୟକତା ରହିଥାଏ । ତେଣୁ ଆପଣ ବି ଯଦି ସର୍ବଦା ମଶ ଲକ୍ଷ୍ମୀଙ୍କ କୃପା ପାଇବାକୁ ଚାହୁଁଛନ୍ତି ତେବେ ମା’ଙ୍କ ଚରଣରେ ଅକ୍ଷତ(ପୂର୍ଣ୍ଣ ଚାଉଳ) ଅର୍ପଣ କରନ୍ତୁ । ଏହାପରେ ଏହି ଚାଉଳକୁ ନିଜ ପର୍ସରେ ରଖନ୍ତୁ । ଏହାଦ୍ୱାରା ଆପଣ ବର୍ଷ ତମାମ ଅଯଥା ଖର୍ଚ୍ଚରୁ ମୁକ୍ତି ପାଇବେ । ଶାସ୍ତ୍ର ଅନୁସାରେ ପର୍ସରେ ରୂପା ମୁଦ୍ରା ରଖିବା ଖୁବ ଶୁଭ ବୋଲି କହାଯାଇଥାଏ । ମା’ ଲକ୍ଷ୍ମୀଙ୍କର ଖୁବ ପ୍ରିୟ ହୋଇଥାଏ ରୂପାର ମୁଦ୍ରା । ତେଣୁ ଏହାକୁ ପର୍ସରେ ରଖିଲେ ମା’ ଲକ୍ଷ୍ମୀଙ୍କର କୃପା ବର୍ଷିଥାଏ ଏବଂ ବର୍ଷ ସାରା ଧନର ଅଭାବ ହୁଏ ନାହିଁ । ତେବେରୂପାର ମୁଦ୍ରା ରଖିଥିବା ସ୍ଥାନରେ ଅନ୍ୟ କିଛଇ ରଖନ୍ତୁ ନାହିଁ ।

ଅନ୍ୟମାନଙ୍କୁ ଜଣାନ୍ତୁ।