ବାସ୍ତୁ ଶାସ୍ତ୍ର ଅନୁସାରେ ଭୁଲ ଦିଗକୁ ମୁଣ୍ଡ ରଖି ଶୋଇବା ଦ୍ୱାରା ସ୍ୱାସ୍ଥ୍ୟ ଖରାପ ହେବା ସହ ଆର୍ଥିକ ସ୍ଥିତି ଉପରେ ମଧ୍ୟ ନକରାତ୍ମକ ପ୍ରଭାବ ପଡ଼ିଥାଏ। କାରଣ ଦିଗମାନଙ୍କର ମଧ୍ୟ ନିଜସ୍ୱ ଶକ୍ତି ଥାଏ ଏବଂ ଦିଗ ସହ ଗ୍ରହମାନଙ୍କର ସମ୍ବନ୍ଧ ରହିଥାଏ। ଏନେଇ ବାସ୍ତୁ ଶାସ୍ତ୍ରରେ ଶୋଇବା ପାଇଁ ଉଚିତ ଦିଗ ବିଷୟରେ ଉଲ୍ଲେଖ କରାଯାଇଛି। ଏହି ନିୟମ ପାଳନ କରିବା ଦ୍ୱାରା ଆପଣଙ୍କ ଉପରେ ମା’ ଲକ୍ଷ୍ମୀଙ୍କ କୃପା ବର୍ଷା ହୋଇଥାଏ। କିନ୍ତୁ ଏହି ନିୟମକୁ ନମାନିବା ଦ୍ୱାରା ଆପଣ ଅଭାବର ଶିକାର ହେବେ। ତେବେ କେଉଁ ଦିଗକୁ ମୁଣ୍ଡ ରଖି ଶୋଇବା ଉଚିତ ଏବଂ କେଉଁ ଦିଗକୁ ମୁଣ୍ଡ ରଖି ଶୋଇବା ଉଚିତ ନୁହେଁ ଆସନ୍ତୁ ଜାଣିବା ।
ବାସ୍ତୁ ଶାସ୍ତ୍ର ଅନୁସାରେ ଭୁଲରେ ବି ଉତ୍ତର ଦିଗକୁ ମୁଣ୍ଡ ରଖି ଶୁଅନ୍ତୁ ନାହିଁ। ଏଭଳି କରିବା ଦ୍ୱାରା ଦାରିଦ୍ର୍ୟତା ଦେଖାଯାଇଥାଏ। ଯେତେ ଟଙ୍କା ଉପାର୍ଜନ କଲେ ମଧ୍ୟ ପାଖରେ ଟଙ୍କା ରୁହେ ନାହିଁ । ଏଥିସହ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଖରାପ ପ୍ରଭାବ ପଡ଼ିଥାଏ।
ହିନ୍ଦୁ ଧର୍ମରେ ଉତ୍ତର ଦିଗକୁ ମୁଣ୍ଡ କରି ଶୋଇବାକୁ ଅଶୁଭ କୁହାଯାଏ। ଯେତେବେଳେ ବ୍ୟକ୍ତିର ମୃତ୍ୟୁ ହୋଇଯାଏ ସେତେବେଳେ ଶବର ମୁଣ୍ଡକୁ ଉତ୍ତର ଦିଗରେ ରଖାଯାଏ। ଏହା ବ୍ୟତୀତ ଦକ୍ଷିଣ ଦିଗକୁ ଯମଦୂତ, ଯମ ଏବଂ ନକରାତ୍ମକ ଶକ୍ତିର ଦିଗ କୁହାଯାଏ। ଯଦି ଏହି ଦିଗକୁ ଗୋଡ଼ କରି ଶୋଇବେ ତେବେ ଆପଣଙ୍କ ଜୀବନରେ ଆର୍ଥିକ ସମସ୍ୟା ଦେଖାଯିବ। ସେହିପରି ପୂର୍ବ ଦିଗରେ ସର୍ଯ୍ୟୋଦୟ ହୋଇଥାଏ, ଏହା ସହିତ ଏହି ଦିଗରେ ସମସ୍ତ ଦେବୀ ଦେବତାଙ୍କ ବାସ ହୋଇଥାଏ। ଏହି କାରଣରୁ ପୂର୍ବ ଦିଗରେ ଗୋଡ଼ କରି ଶୋଇବା ଅନୁଚିତ। ଏଭଳି କରିବା ଦ୍ୱାରା ଆପଣଙ୍କ ଜୀବନରେ ଅନେକ କଷ୍ଟ ଆସିଥାଏ। ଆର୍ଥିକ ସମସ୍ୟା ସହ ରୋଗ ଏବଂ ସଫଳତାରେ ଅନେକ ସମସ୍ୟା ଦେଖାଯାଏ। ଏହା ବ୍ୟତୀତ ଘନିଷ୍ଠ ସମ୍ପର୍କ ଉପରେ ମଧ୍ୟ ଖରାପ ପ୍ରଭାବ ପଡ଼ିଥାଏ।
ଏହିସବୁ କାରଣରୁ ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇବା ଭଲ ହୋଇଥାଏ। ଏହା ବ୍ୟତୀତ ପୂର୍ବ ଦିଗକୁ ମୁଣ୍ଡ କରି ଶୋଇବା ଦ୍ୱାରା ମଧ୍ୟ ଜ୍ଞାନ ପ୍ରାପ୍ତି ହୋଇଥାଏ।