ଧନ ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ

ହିନ୍ଦୁ ଧର୍ମରେ କୌଣସି ଶୁଭ କାମର ଆରମ୍ଭ ଶୁଭ ସମୟ ଅନୁସାରେ ହୋଇଥାଏ । ମାନ୍ୟତା ଅଛିକି ଶୁଭ ସମୟ ଅନୁସାରେ କରାଯାଉଥିବା କାମ ସଫଳ ହୋଇଥାଏ । ସେହିପରି କୌଣସି ଶୁଭ କାମ ପାଇଁ ୧୨ ମେ’ ବହୁତ ଖାସ ହୋଇଥାଏ । ଏହିଦିନ ଶୁଭ ସଂଯୋଗ ହେଉଛି । ଏହିଦିନ କିଛି ଉପାୟ କରିବା ଦ୍ୱାରା ମା’ ଲକ୍ଷ୍ମୀଙ୍କ କୃପା ମିଳିଥାଏ । ୧୨ ମେ’ରେ ସବୁଠୁ ଶ୍ରେଷ୍ଠ ମୋହିନୀ ଏକାଦଶୀର ବ୍ରତ ରଖାଯିବ । ଏହିଦିନ ନିଷ୍ଠାର ସହ ପୂଜାପାଠ କଲେ ମହୁ ପୁଣ୍ୟ ମିଳିଥାଏ ।

ମାନ୍ୟତା ଅଛିକି ଏହିଦିନ ତୁଳସୀ ବୃକ୍ଷ ମୂଳରେ ଘିଅ ଦୀପ ଜାଳି ୧୧ଥର ପରିକ୍ରମା କରିବା ଦ୍ୱାରା ଧନ ପ୍ରାପ୍ତି ହୋଇଥାଏ । ସେହିପରି ମା’ ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ଗଙ୍ଗାଜଳ ଏବଂ କ୍ଷୀରରେ ଚନ୍ଦ୍ର ଦେବଙ୍କୁ ଅର୍ଘ୍ୟ ଦିଅନ୍ତୁ । ଏହାଛଡାଜଣେ ଯୋଗ୍ୟ ବ୍ରାହ୍ମଣଙ୍କୁ କଳଶ, ଦହି ସଫା କପଡା ଆଦି ଦାନ କରନ୍ତୁ । ଏହିଦିନ ଓସ୍ତଗଛ ମୂଳେ ଜଳ ଅର୍ପଣ କରି ଘିଅ ଦୀପ ଜଳାନ୍ତୁ । ମା’ଲକ୍ଷ୍ମୀଙ୍କ ସହ ଭଗବାନ ବିଷ୍ଣୁ ଏବଂ ଦକ୍ଷିଣା ବର୍ତୀ ଶଙ୍ଖର ପୂଜା କରନ୍ତୁ । ଏହିଦିନ ଭଗବାନ ବିଷ୍ଣୁଙ୍କୁ ଶଙ୍ଖରେ ଅଭିଷେକ କରିବା ସହ ମା’ ଲକ୍ଷ୍ମୀଙ୍କୁ କ୍ଷୀରୀ ଭୋଗ କରନ୍ତୁ

Leave A Reply

Your email address will not be published.

one × 5 =