You are currently viewing ଘରେ ରଖନ୍ତୁ ଭଗବାନ ଶିବଙ୍କ ତ୍ରିଶୂଳ ଏବଂ ଡମ୍ବରୁ, ଦୂର ହେବ ନକାରାତ୍ମକ ଶକ୍ତି

ଘରେ ରଖନ୍ତୁ ଭଗବାନ ଶିବଙ୍କ ତ୍ରିଶୂଳ ଏବଂ ଡମ୍ବରୁ, ଦୂର ହେବ ନକାରାତ୍ମକ ଶକ୍ତି

ତ୍ରିକାଳଦର୍ଶୀ ମହାଦେବ ସମସ୍ତ ଦେବାଦେବୀଙ୍କ ମଧ୍ୟରେ ସବୁଠାରୁ ଶକ୍ତିଶାଳୀ ଦେବତା । ଶିବ ପୁରାଣ ଅନୁସାରେ, ଭଗବାନ ଶିବ ନିଜ ଶରୀରରେ ଅନେକ ଜିନିଷ ଧାରଣ କରିଥାନ୍ତି। ଯେପରି- ବେକରେ ସର୍ପ, ମସ୍ତକରେ ଚନ୍ଦ୍ର, ଜଟାରେ ଗଙ୍ଗା, ହାତରେ ତ୍ରିଶୂଳ ଓ ଡମ୍ବରୁ ଧାରଣ କରିଛନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ଭଗବାନ ଶିବ ଏସବୁ ଜିନିଷକୁ ଧାରଣ କରିବା ପଛରେ ମଧ୍ୟ କାରଣ ରହିଛି। ତେବେ ଆସନ୍ତୁ ଜାଣିବା ଭୋଳାନାଥ ସବୁବେଳେ ଧାରଣ କରୁଥିବା ତ୍ରିଶୂଳ ଓ ଡମ୍ବରୁର ମହତ୍ତ୍ୱ ଏବଂ ଲାଭ ସମ୍ପର୍କରେ…

ମାନ୍ୟତା ରହିଛି ଯେ ସୃଷ୍ଟି ଆରମ୍ଭ ବେଳେ ଯେତେବେଳେ ବିଦ୍ୟା ଓ ସଙ୍ଗୀତର ଦେବୀ ସରସ୍ୱତୀଙ୍କ ଆବିର୍ଭାବ ହୋଇଥିଲା ସେତେବେଳେ ତାଙ୍କ ବୀଣାର ଧ୍ୱନିରେ ଶ୍ରୁତି ମଧୁର ନଥିଲା। ଶାସ୍ତ୍ର ମୁତାବକ, ଭଗବାନ ଶିବ ୧୪ ଥର ଡମ୍ବରୁ ବଜାଇ ତାଣ୍ଡବ ନୃତ୍ୟ କରିବାରୁ ସଙ୍ଗୀତ ସୃଷ୍ଟି ହେଲା। ସେବେ ଠାରୁ ହିଁ  ତାଙ୍କୁ ସଙ୍ଗୀତର ସୃଷ୍ଟି କର୍ତ୍ତା ବୋଲି କୁହାଯାଏ। ତେବେ ଆସନ୍ତୁ ଜାଣିବା ଘରେ ଡମ୍ବରୁ ଏବଂ ତ୍ରିଶୂଳ ରଖିବା ଦ୍ୱାରା କଣ ଲାଭ ହୋଇଥାଏ।

ଘରେ ଡମ୍ବରୁ ରଖିବାର ଲାଭ:

• ଘରେ ଡମ୍ବରୁ ବଜାଇ ଶିବ ସ୍ତୁତି ପାଠ କଲେ, କେବେ ବି କୌଣସି ଅମଙ୍ଗଳ ହୋଇନଥାଏ। ଏହାର ଧ୍ୱନି ଘରୁ ନକାରାତ୍ମକ ଉର୍ଜାକୁ ବାହାର କରି ସକାରାତ୍ମକ ଉର୍ଜା ସଞ୍ଚାର କରେ।

• ମାନ୍ୟତା ରହିଛି ଯେ ପିଲାଙ୍କ ରୁମ୍‌ରେ ଡମ୍ବରୁ ରଖିଲେ କୌଣସି ପ୍ରକାରର ନକାରାତ୍ମକ ପ୍ରଭାବ ପଡ଼ିନଥାଏ।

• କୁହାଯାଏ, ଡମ୍ବରୁରୁ ବହୁତ ଚମତ୍କାରୀ ମନ୍ତ୍ରର ଉଚ୍ଚାରଣ ହୋଇଥାଏ। ଏହାର ଧ୍ୱନିରୁ ରୋଗ ସହ ଲଢ଼ିବାକୁ ମଧ୍ୟ ଶକ୍ତି ମିଳିଥାଏ।

ତ୍ରିଶୂଳ ରଖିବାର ଲାଭ:

ତ୍ରିଶୂଳକୁ ସତ୍ତ୍ୱ, ରଜ ଓ ତମ ଗୁଣର ପ୍ରତୀକ କୁହାଯାଏ। ନଟରାଜ ଶିବଙ୍କ ତ୍ରିଶୂଳ ଆଗରେ ସୃଷ୍ଟି କିମ୍ବା ଶକ୍ତିର କୌଣସି ଅସ୍ତିତ୍ୱ ନାହିଁ। ଏହିକାରଣରୁ ଘରେ ଭଗବାନ ଶିବଙ୍କ ପ୍ରିୟ ତ୍ରିଶୂଳ ରଖିବା ଦ୍ୱାରା ସବୁ ପ୍ରକାରର ଖରାପ ଶକ୍ତି ଦୂର ହୋଇଥାଏ।

ଅନ୍ୟମାନଙ୍କୁ ଜଣାନ୍ତୁ।