You are currently viewing ରୋଷେଇ ଘରେ ଧ୍ୟାନରେ ରଖନ୍ତୁ ଏହିସବୁ କଥା, ବୃଦ୍ଧି ପାଏ ସକାରାତ୍ମକତା

ରୋଷେଇ ଘରେ ଧ୍ୟାନରେ ରଖନ୍ତୁ ଏହିସବୁ କଥା, ବୃଦ୍ଧି ପାଏ ସକାରାତ୍ମକତା

ବାସ୍ତୁଶାସ୍ତ୍ରରେ ଘରର ପ୍ରତ୍ୟେକ କୋଣକୁ ନେଇ କିଛି ନା କିଛି ନିୟମ ଉଲ୍ଲେଖ କରାଯାଇଛି। ଏହିସବୁ ନିୟମ ମାନି କାମ କରିବା ଘର ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ। ସେହିଭଳି ବାସ୍ତୁଶାସ୍ତ୍ରରେ ଘରର ଡ୍ରଇଂ ରୁମ, ବାର୍ଥ ରୁମ, ପୂଜା ଘର ବ୍ୟତୀତ ରୋଷେଇ ଘର ପାଇଁ ମଧ୍ୟ କିଛି ନିୟମ ଉଲ୍ଲେଖ କରାଯାଇଛି। ଅର୍ଥାତ ରୋଷେଇ ଘରେ କେଉଁ ବାସନ କେଉଁଠି ରଖିବା ଉଚିତ ଏବଂ କେଉଁଭଳି ପାତ୍ର ବ୍ୟବହାର କରିବା ଉଚିତ ସେସବୁ ଉଲ୍ଲେଖ ରହିଛି। ତେବେ ଜାଣି ରଖନ୍ତୁ ସେସବୁ ନିୟମ ବିଷୟରେ…

ବାସ୍ତୁ ଅନୁଯାୟୀ ଫଳ କିମ୍ବା ପନିପରିବା ଚିତ୍ର ଥିବା ଗ୍ୟାସ ଷ୍ଟାଣ୍ଡ ରୋଷେଇ ଘର ପାଇଁ ଶୁଭ ହୋଇଥାଏ। ସେହିଭଳି ରୋଷେଇ ଘରେ ମା’ ଅନପୂର୍ଣ୍ଣାଙ୍କ ଫଟୋ ଲଗାଇବା ଦ୍ୱାରା ଘରେ ଶାନ୍ତି ଦେଖାଯାଇଥାଏ। ରୋଷେଇ ସରିବା ପରେ ସର୍ବପ୍ରଥମେ ଭୋଗ ଅଗ୍ନି ଦେବତାଙ୍କୁ ସମର୍ପଣ କରନ୍ତୁ। ଏପରି କରିବା ଅତ୍ୟନ୍ତ ଶୁଭ ହୋଇଥାଏ। ସେହିଭଳି ଖାଦ୍ୟ ଥାଳିକୁ ସର୍ବଦା ପଟି, ଟେବୁଲ କିମ୍ବା ଚୌକି ଉପରେ ରଖିବା ପାଇଁ ଧ୍ୟାନ ରଖନ୍ତୁ।
ଏଥିସହ ଖାଦ୍ୟ ଖାଇସାରିବା ପରେ କେବେବି ଭୁଲରେ ଥାଳିରେ ହାତ ଧୁଅନ୍ତୁ ନାହିଁ ଏବଂ ସେହି ଅଇଁଠା ବାସନକୁ ଖଟ ତଳେ କିମ୍ବା କୌଣସି ଟେବୁଲ ତଳେ ରଖନ୍ତୁ ନାହିଁ। ଏସବୁବ୍ୟତୀତ ଗୁରୁବାରକୁ ଛାଡି ସପ୍ତାହରେ ଥରେ ପାଣିରେ ଲୁଣ ପକାଇ ରୋଷେଇଘରେ ପୋଛା ମାରିବା ଦ୍ୱାରା ସକାରାତ୍ମକ ପ୍ରଭାବ ବୃଦ୍ଧି ପାଇଥାଏ। ରୋଷେଇଘରେ କେଉଁଭଳି ପାତ୍ର ବ୍ୟବହାର କରିବା ଉଚିତ । ରୋଷେଇଘରେ ଲୁହା ଏବଂ ଷ୍ଟିଲ ବାସନ ପରିବର୍ତ୍ତେ ପିତ୍ତଳ, କଂସା, ତମ୍ବା ଏବଂ ରୁପାର ବାସନ ରଖନ୍ତୁ। ବାସ୍ତୁ ନିୟମ ଅନୁଯାୟୀ ପିତ୍ତଳ ବାସନରେ ଖାଦ୍ୟ ଖାଇବା ଏବଂ ତମ୍ବା ପାତ୍ରରେ ପାଣି ପିଇବା ଉଚିତ। ଏପରି କରିବା ଧର୍ମ ଏବଂ ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ। ପିତ୍ତଳ ଏବଂ ତମ୍ବାରେ ସକାରାତ୍ମକ ଶକ୍ତି ବାସ କରିଥାଏ। ଏହିକାରଣରୁ ଘରେ ଏହିସବୁ ବାସନ ବ୍ୟବହାର କରିବା ଦ୍ୱାରା ଘର ପରିବେଶ ଶାନ୍ତିପୂର୍ଣ୍ଣ ରହିଥାଏ।

ଅନ୍ୟମାନଙ୍କୁ ଜଣାନ୍ତୁ।