ହିନ୍ଦୁ ଧର୍ମରେ ଅନେକ ଗଛକୁ ପୂଜା କରାଯାଇଥାଏ, କାରଣ ଗଛରେ ଦେବା-ଦେବୀ ବାସ କରିଥାନ୍ତି ବୋଲି କୁହାଯାଇଥାଏ। ମାନ୍ୟତା ରହିଛି ଏହିସବୁ ବୃକ୍ଷକୁ ପୂଜା କରିବା ଦ୍ୱାରା ଭଗବାନଙ୍କ କୃପା ମଧ୍ୟ ଲାଭ ହୋଇଥାଏ। ଏସବୁ ଗଛ ମଧ୍ୟରୁ ଗୋଟିଏ ହେଉଛି ନିମ୍ବ ଗଛ। ନିମ୍ବ ବୃକ୍ଷ ସ୍ବାସ୍ଥ୍ୟ ପାଇଁ ଲାଭକାରୀ ବୋଲି କୁହାଯାଇଥାଏ। ସେହିଭଳି ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ନିମ୍ବକୁ ଉପକାରୀ ବୋଲି କୁହାଯାଇଛି।

ଶାସ୍ତ୍ରରେ ଉଲ୍ଲେଖ ରହିଛି ନିମ୍ବ ଗଛ ସହ ଶନି ଏବଂ କେତୁ ଗ୍ରହର ସମ୍ବନ୍ଧ ରହିଛି। ଏହି କାରଣରୁ ଯଦି କୁଣ୍ଡଳୀରେ ଏହି ୨ଟି ଗ୍ରହ ମଧ୍ୟରୁ କିଏ କ୍ରୋଧିତ ହୋଇଥାନ୍ତି ତେବେ ଘରେ ନିମ୍ବ ବୃକ୍ଷ ଲଗାଇ ନିୟମିତ ପୂଜା କରନ୍ତୁ। ଏପରି କରିବା ଦ୍ୱାରା ଗ୍ରହ ଦୋଷରୁ ମୁକ୍ତି ମିଳିଥାଏ। ଆହୁରି ମଧ୍ୟ କୁହାଯାଇଛି ନିମ୍ବ କାଠରେ ଯଜ୍ଞ କରିବା ଦ୍ୱାରା ଶନି ଦେବଙ୍କ କୋପ ଶାନ୍ତ ହୋଇଥାଏ। ସେହିଭଳି ନିମ୍ବ ପତ୍ରକୁ ପାଣିରେ ପକାଇ ସ୍ନାନ କରିବା ଦ୍ୱାରା କେତୁ ସମ୍ବନ୍ଧିତ ଦୋଷ ଦୂର ହୋଇଥାଏ। ତେବେ ଆସନ୍ତୁ ଜାଣିବା ନିମ୍ବ ଗଛର ଏହିସବୁ ଉପାୟ ବିଷୟରେ… । ନିମ୍ବ ଗଛକୁ ଘରର ଦକ୍ଷିଣ ଭାଗରେ ଲଗାଇବା ଦ୍ୱାରା ସ୍ୱାସ୍ଥ୍ୟ ଭଲ ରହିଥାଏ। ମାନ୍ୟତା ରହିଛି ନିମ୍ବ ବୃକ୍ଷରେ ଦୈବି ଶକ୍ତି ବାସ କରିବା ସହ ପିତୃପୁରୁଷଙ୍କ କୃପା ମଧ୍ୟ ପ୍ରାପ୍ତ ହୋଇଥାଏ। ଏଥିସହ ପିତୃ ଦୋଷରୁ ମଧ୍ୟ ମୁକ୍ତି ମିଳିଥାଏ। ଶାସ୍ତ୍ର ଅନୁଯାୟୀ ଶନି ଦୋଷରୁ ମୁକ୍ତି ମିଳିବା ପାଇଁ ନିମ୍ବ ଗଛର କାଠରେ ମାଳି କରି ଧାରଣ କରିପାରିବେ। ଏପରି କରିବା ଦ୍ୱାରା ଶନି ମହାଦଶାର କୁପ୍ରଭାବରୁ ମଧ୍ୟ ରକ୍ଷା ମିଳିଥାଏ।ଏଥିସହ ମାନ୍ୟତା ରହିଛି ରବିବାର ଦିନ ନିମ୍ବ ବୃକ୍ଷରେ ପାଣି ଦେବା ଦ୍ୱାରା ଆରୋଗ୍ୟ ବରଦାନ ପ୍ରାପ୍ତ ହୋଇଥାଏ। ଏହିସହ କୁଣ୍ଡଳୀରେ ଖରାପ ପ୍ରଭାବ ପକାଉଥିବା ଗ୍ରହମାନେ ମଧ୍ୟ ଶାନ୍ତ ହୋଇଥାନ୍ତି।