You are currently viewing ଭୁଲରେ ବି ଘରେ କରନ୍ତୁ ନାହିଁ ଏହିସବୁ କାମ, ବାସ କରେ ନକାରାତ୍ମକତା

ଭୁଲରେ ବି ଘରେ କରନ୍ତୁ ନାହିଁ ଏହିସବୁ କାମ, ବାସ କରେ ନକାରାତ୍ମକତା

ଅନେକ ସମୟରେ ଆମ ପାଖରେ ସବୁ କିଛି ଥାଇ ବି ଘରେ ସୁଖ ଶାନ୍ତି ନଥାଏ । ମନ ବିଚଳିତ ରହିଥାଏ । ଏପରିକି ସବୁ କାମରେ ମଧ୍ୟ ବାଧା ଉତ୍ପନ୍ନ ହୋଇଥାଏ । ବେଳେ ବେଳେ ସଫଳ ହେଉଥିବା କାମ ଶେଷ ମୁହୂର୍ତ୍ତରେ ଅସଫଳ ହୋଇଯାଏ । ଆପଣ ଜାଣିଛନ୍ତି କି ଏହି ସବୁ ଅସୁବିଧା ଆମ ଘରେ ନେଗେଟିଭ ଶକ୍ତି ଯୋଗୁ ହିଁ ହୋଇପାରେ ? ଏନେଇ ଆସନ୍ତୁ ଜାଣିବା କେଉଁ ଜିନିଷ ଯୋଗୁ ଘରେ ନକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ ।

ଭୁଲରେ ବି କରନ୍ତୁ ନାହିଁ ଏହି ୩ଟି କାମ :

୧. ଶାସ୍ତ୍ର ଅନୁସାରେ ରାତିରେ କେବେ ବି ସୁଗନ୍ଧିତ ଜିନିଷ, ସେଣ୍ଟ ଆଦି ବ୍ୟବହାର କରନ୍ତୁ ନାହିଁ । କାରଣ ପ୍ରଖର ସୁଗନ୍ଧ ଯୋଗୁ ନକରାତ୍ମକ ଶକ୍ତି ଆପଣଙ୍କ ଆଡ଼କୁ ଆକର୍ଷିତ ହୋଇଥାଏ ।

୨. ଘର,ଅଫିସ ବା ଦୋକାନର କୌଣସି ବି ସ୍ଥାନ ଅନ୍ଧାର ରଖନ୍ତୁ ନାହିଁ । ଅଧିକ ଦିନ ଯଦି ଏହି ସ୍ଥାନକୁ ଅନ୍ଧାର ରଖିବେ,ତେବେ ନକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ । ଏହିକାରଣରୁ ଏଥିପ୍ରତି ବିଶେଷ ଧ୍ୟାନ ଦେବା ଜରୁରୀ।

୩. ଘରେ ସର୍ବଦା ପୂଜା ପାଠ କରିବା ଉଚିତ୍‌ । କାରଣ ଯେଉଁଠି ନିୟମିତ ଭାବେ ମନ୍ତ୍ର ଜପ ହୋଇଥାଏ ଏବଂ ଦୀପ ଜଳାଯାଇଥାଏ,ସେଠାକୁ ଖରାପ ଶକ୍ତି କେବେ ଆସି ନଥାଏ ।

୪. ସେହିଭଳି ଯେଉଁ ଘର ସର୍ବଦା ଗନ୍ଧ ହେଉଥାଏ କିମ୍ବା ଯେଉଁ ବ୍ୟକ୍ତି ପରିଷ୍କାର ପରିଚ୍ଛନ୍ନ ରହିନଥାନ୍ତି ତେବେ  ସେଠାରେ ନକରାତ୍ମକ ଶକ୍ତି ଶୀଘ୍ର ପ୍ରଭାବିତ ହୋଇଥାଏ । ଏହିକାରଣରୁ ଘର ସହ ନିଜକୁ ସର୍ବଦା ସଫା ରଖନ୍ତୁ ।

କିପରି ଜାଣିବେ ଘରେ ନକରାତ୍ମ ଶକ୍ତିର ସଂକେତ :

ଯଦି ଘରେ ସର୍ବଦା ଥକ୍କା, ଉତ୍ସାହହୀନ କିମ୍ବା ବିଚଳିତ ଲାଗୁଥାଏ ତେବେ ଏହା ନକରାତ୍ମକ ଶକ୍ତିର ଆଭାସ ଦେଇଥାଏ । ଏହାଛଡ଼ା କୌଣସି ଜିନିଷ ଆପଣଙ୍କ ଅନୂକୁଳ ହୋଇନଥାଏ କିମ୍ବା କୌଣସି ସୁଯୋଗ ଆସୁ ଆସୁ ହାତରୁ ଖସି ଯାଇଥାଏ । ବାରମ୍ବାର ବିନା କଥାରେ ଘରେ ମତଭେଦ ହୋଇଥାଏ କିମ୍ବା ଘରେ କୌଣସି ବ୍ୟକ୍ତି ରୋଗରେ ପଡ଼ିଥାନ୍ତି ତେବେ ଏଥିରୁ ହିଁ ନକରାତ୍ମକ ପ୍ରଭାବର ସଂକେତ ମିଳିଥାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।