You are currently viewing ଭୁଲରେ ବି ମଙ୍ଗଳବାର ଦିନ କରନ୍ତୁ ନାହିଁ ଏହିସବୁ କାମ, ଦେଖାଦେଇପାରେ ସମସ୍ୟା

ଭୁଲରେ ବି ମଙ୍ଗଳବାର ଦିନ କରନ୍ତୁ ନାହିଁ ଏହିସବୁ କାମ, ଦେଖାଦେଇପାରେ ସମସ୍ୟା

ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ମଙ୍ଗଳବାର ଦିନ ରାମଭକ୍ତ ହନୁମାନଙ୍କୁ ସମର୍ପିତ କରାଯାଇଛି। ଏହିଦିନ ହନୁମାନଙ୍କୁ ପୂଜା କରିବା ଦ୍ୱାରା ସମସ୍ତ କଷ୍ଟ ଦୂର ହୋଇଥାଏ। ସେହିଭଳି ଯେଉଁ ବ୍ୟକ୍ତିଙ୍କ ଉପରେ ମଙ୍ଗଳଙ୍କ ପ୍ରଭାବ ରହିଥାଏ, ସେହି ବ୍ୟକ୍ତି ମଙ୍ଗଳବାର ଦିନ ମଙ୍ଗଳଦେବଙ୍କ ଉପାସନା କରିବା ଜରୁରୀ। ଯଦି ଭଗବାନ ହନୁମାନ ଏବଂ ମଙ୍ଗଳଦେବ ପ୍ରସନ୍ନ ହୋଇଥାନ୍ତି, ତେବେ ଜାତକ ଜୀବନରେ ମଙ୍ଗଳ ହୋଇଥାଏ। କିନ୍ତୁ ମଙ୍ଗଳବାର ଦିନ ଏମିତି କିଛି ଜିନିଷ ଭୁଲରେ ମଧ୍ୟ କରିବା ଉଚିତ ନୁହେଁ, ଯାହା ପାଇଁ ଆପଣଙ୍କ ଜୀବନରେ ଖରାପ ପ୍ରଭାବ ପଡିବ ଆଉ ଆପଣଙ୍କୁ ଏଥିପାଇଁ ପଛରେ ପଶ୍ଚାତାପ କରିବାକୁ ପଡିପାରେ। ତେବେ ଆସନ୍ତୁ ଜାଣିବା ମଙ୍ଗଳବାର ଦିନ କେଉଁ କେଉଁ କାମ କରିବା ଅନୁଚିତ।

ମଙ୍ଗଳବାର ଦିନ କ’ଣ କରିବେ ନାହିଁ :

– ଯଦି ଆପଣ ମଙ୍ଗଳବାର ଦିନ ବ୍ରତ ଉପବାସ କରନ୍ତି, ତେବେ କେବେ ବି ଭୁଲରେ ଲୁଣ ଖାଇବା ଉଚିତ ନୁହେଁ। ଏହା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ।

– ମଙ୍ଗଳବାର ଦିନ ପଶ୍ଚିମ, ଉତ୍ତର ଦିଗରେ ଯାତ୍ରା କରିବା ଅନୁଚିତ। ଯଦି ଯାତ୍ରା କରିବା ଜରୁରୀ ହୋଇଥାଏ, ତେବେ ଘରୁ ଗୁଡ ଖାଇ ବାହାରନ୍ତୁ।

– ମଙ୍ଗଳବାର ଦିନ ମାଂସ ଏବଂ ମଦ ଖାଇବା ଉଚିତ ନୁହେଁ।  ଏହି ଦିନ ଏପରି କରିବା ଦ୍ୱାରା ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ।

– ମଙ୍ଗଳବାର ଦିନ କାହାଠାରୁ ଉଧାର ନିଅନ୍ତୁ ନାହିଁ। କାରଣ ଏହି ଦିନ କାହାକୁ ଉଧାର ଦେଲେ, ତାହା ଆଉ ଫେରି ନଥାଏ କିମ୍ବା ଫେରିବାରେ ବିଳମ୍ବ ହୋଇଥାଏ।

– ମଙ୍ଗଳବାର ଦିନ ଶୁକ୍ର ଏବଂ ଶନିଙ୍କ ସହ ଜଡିତ କୌଣସି କାମ କରିବା ଉଚିତ ନୁହେଁ। ଏମିତି କରିବା ଦ୍ୱାରା କାମ ଉପରେ ଓଲଟା ପ୍ରଭାବ ପଡିଥାଏ।

– ହନୁମାନଙ୍କୁ ଭୂମିପୁତ୍ର କୁହାଯାଏ। ତେଣୁ ମଙ୍ଗଳବାର ଦିନ ନୂଆ ଘର କିଣନ୍ତୁ ନାହିଁ କିମ୍ବା ତିଆରି କରନ୍ତୁ ନାହିଁ। ଏମିତି କରିବା ଦ୍ୱାରା ଘରେ ରୋଗ ସମସ୍ୟା ଦେଖାଯାଏ। ଏହାସହ ଆର୍ଥକ ସ୍ଥିତି ଖରାପ ମଧ୍ୟ ହୋଇଯାଏ।

-ଏହି ଦିନ କେହି ବ୍ୟକ୍ତି କଳା ରଙ୍ଗର ବସ୍ତ୍ର କିଣିବା କିମ୍ବା ପିନ୍ଧିବା ଉଚିତ ନୁହେଁ । ଏହାଦ୍ୱାରା ଶନି ଗ୍ରହଙ୍କ ଖରାପ ପ୍ରଭାବ ଭୋଗିବାକୁ ପଡ଼ିଥାଏ । ତେଣୁ ଏହି ଦିନ ଲାଲ୍‌ ରଙ୍ଗର କପଡା ପିନ୍ଧିବା ବ୍ୟକ୍ତି ପାଇଁ ଶୁଭ ହୋଇଥାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।