ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଦିନକୁ ନେଇ କିଛି ନା କିଛି ନିୟମ ଥାଏ । ଏହି ନିୟମକୁ ପାଳନ ନକଲେ ଗ୍ରହ ମାନେ କମଜୋର ହୋଇଯାଆନ୍ତି । ଏହାସହ ବ୍ୟକ୍ତିଙ୍କୁ ଅନେକ ପ୍ରକାରର ଦୋଷ ଲାଗିଥାଏ । ସେହିପରି ଭାବେ ଗୁରୁବାରକୁ ନେଇ ମଧ୍ୟ ଏପରି କିଛି ନିୟମ ଅଛି । ଘରର ଗୁରୁଜନମାନେ କହିଥଆନ୍ତିକି ଗୁରୁବାର ଦିନ କେଶ ଧୋଇବା ଉଚିତ ନୁହେଁ । ଏହା ସହ କେଶ କାଟିବା ଏବଂ ନଖ କାଟିବା ମଧ୍ୟ ନିଷେଧ ଅଟେ । କିନ୍ତୁ ବହୁତ କମ୍ ଲୋକ ଏହା ପଛରେ ଥିବା କାରଣ ଜାଣିଥାଆନ୍ତି । କଥା ଅଛିକି ଯଦି ମହିଳାମାନେ ଗୁରୁବାର ଦିନ ମୁଣ୍ଡ ଧୁଅନ୍ତି କିମ୍ବା ନଖ କି କେଶକୁ କାଟନ୍ତି ତେବେ ଏଥିରେ ମା’ ଲକ୍ଷ୍ମୀ କ୍ରୋଧିତ ହୋଇଯାଆନ୍ତି ଏବଂ ଘର ଛାଡି ଚାଲିଯାଆନ୍ତି ।
ଏପରି କରିବା ଦ୍ୱାରା ଘରକୁ ଦାରିଦ୍ରତା ଆସିଥାଏ ଓ ଲକ୍ଷ୍ମୀଙ୍କ ଭଉଣୀ ଅଲକ୍ଷ୍ମୀ ବାସ କରିଥାଆନ୍ତି । ଗୁରୁବାର ହେଉଛି ଳକ୍ଷ୍ମୀନାରାୟଣଙ୍କର ଦିନ ଅଟେ । ଏଥିପାଇଁ ଧାର୍ମିକ ଗ୍ରନ୍ଥ ଅନୁସାରେ କେଶ କାଟିବା, ନଖ କାଟିବା ଓ ସେବିଙ୍ଗ କରିବା ମନା ହୋଇଥାଏ । ଗୁରୁବାରରେ ଯଦି ମହିଳାମାନେ କେଶ ଧୁଅନ୍ତି ତେବେ ଏହାର ଖରାପ ପ୍ରଭାବ ତାଙ୍କ ସ୍ୱାମୀ ଓ ପିଲାଙ୍କ ଉପରେ ପଡିଥାଏ । ଓ ଧନହାନି ମଧ୍ୟ ହୋଇଥାଏ । ଯାଦ୍ୱାରା ବ୍ୟକ୍ତିର ଆର୍ଥିକ ସ୍ଥିତି ଖରାପ ହୋଇଥାଏ । ଗୁରୁବାରରେ ମହିଳା ମାନେ ଏପରି କାର୍ଯ୍ୟ କରିବା ଉଚିତ ନୁହେଁ । ବୃହସ୍ପତିଙ୍କୁ ଖୁସି କରିବା ପାଇଁ ଏହି ଦିନ ହଳଦିଆ ରଙ୍ଗର ପୋଷାକ ପିନ୍ଧିବା ଆବଶ୍ୟକ । ଏହା କରିବା ଦ୍ୱାରା ବ୍ୟକ୍ତିର ଭାଗ୍ୟରେ ଗୁରୁ ଗ୍ରହ ମଜବୁତ ହୋଇଥାଆନ୍ତି । ଭଗବାନ ବିଷ୍ଣୁଙ୍କୁ ମଧ୍ୟ ପୂଜା କରିବା ଆବଶ୍ୟକ ।