ଗୁପଚୁପ ହେଉଛି ଏପରି ଏକ ଖାଦ୍ୟ ଯାହାର କେବଳ ନାଁ ଶୁଣିଲେ ହିଁ ପାଟିରୁ ଲାଳ ବୋହିଯାଏ । ଗୁପଚୁପ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି । ବିଶେଷ କରି ଝିଅ ମାନଙ୍କର ଏହା ବହୁତ ପ୍ରିୟ ହୋଇଥାଏ । ବଜାରକୁ ବାହାରିଗଲେ କିଛି ନଖାଇଲେ ବି ଗୁପଚୁପ କିନ୍ତୁ ଟିକେ ଖାଇବାକୁ ମନ ଚାହେଁ । କିନ୍ତୁ ଆମେ ଆଜି ଏଭଳି ଜଣେ ଗୁପଚୁପ ଖାଉଥିବାର କହୁଛୁ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ସେହି ଜଣକ ହେଉଛି ଗୋଟେ ହାତୀ । ଆଜ୍ଞା ହଁ ଏପରି ଏକ ଘଟଣାଦେଖିବାକୁ ମିଳିଛି ଆସାମର ତେଜପୁରଠାରେ । ଏକ ହାତୀ ଗୁପଚୁପ୍ ଖାଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇର।ଲ ହୋଇଛି। ଭିଡିଓରେ ଦେଖିବାକୁ ମିଳିଛି, ହାତୀଟି ଗୁପଚୁପ୍ ମଣିଷଙ୍କ ଭଳି ଚଟପଟ ଖାଇଯାଉଛି, ଏହାର ଟେଷ୍ଟ ଚାଖିବା ପରେ ହାତୀ ଦୋକାନୀକୁ ଆଉ ଖାଇବାକୁ ଶୁଣ୍ଢ ବଢାଉଛି।

ଭିଡିଓରେ ଦେଖିବାକୁ ମିଳିଛି, ଗୁପଚୁପ୍ ଦୋକାନୀ ପାଖକୁ ହାତୀଟି ଯାଇ ଗୁପଚୁପ୍ ଖାଇବାକୁ ମାଗୁଛି। ଆଉ ଦୋକାନୀ ଜଣକ ଗୋଟିଏ ପରେ ଗୋଟିଏ ଗୁପଚୁପ୍ ହାତୀ ଶୁଣ୍ଢରେ ରଖୁଛନ୍ତି, ହାତୀ ଏହାକୁ ମନ ଖୁସିରେ ଖାଇବାକୁ ଲାଗୁଛି। ଆପଣ ଯଦି ଏହି ଭିଡିଓ ଦେଖିବେ, ତେବେ ଆପଣଙ୍କୁ ମଧ୍ୟ ଚୁପଚୁପ୍ ଖାଇବାକୁ ଇଚ୍ଛା ହେବ। ଦୋକାନୀ ଜଣକ ଖୁସିରେ ମଧ୍ୟ ହାତୀକୁ ଗୁପଚୁପ୍ ଖାଇବାକୁ ଦେଉଛନ୍ତି। ତେବେ ଏହି ଭିଡିଓକୁ ଓଡିଶାବାସୀ ନାମକ ଏକ ଟ୍ଵିଟର ଆକାଉଣ୍ଟରୁ ସେୟାର କରାଯାଇଛି। ଯାହା ଭାଇରଲ ହେବାରେ ଲାଗିଛି। କିପରି ଦୋକାନୀ ଜଣକ ହାତୀକୁ ଖୁସିରେ ଗୁପଚୁପ୍ ଖାଇବାକୁ ଦେଉଛନ୍ତି। ଆଉ ହାତୀଟି ଆନନ୍ଦର ସହିତ ଏହାକୁ ଖାଇବାକୁ ଲାଗିଛି। ତେବେ ମଣିଷ ଭଳି ଜୀବଜନ୍ତୁଙ୍କର ଖାଇବାର ଲାଳସା ରହିଛି। ସେମାନେ ମଧ୍ୟ ଏହାର ଟେଷ୍ଟ ନେବାକୁ ଚାହୁଁଛନ୍ତି। ଆପଣ ପୂର୍ବରୁ ଅନେକ ଭିଡିଓ ଦେଖିଥିବେ, ଯେଉଁଥିରେ ପୋଷା କୁକୁର, ବିଲେଇ, ମାଙ୍କଡ ମଧ୍ୟ ଏମିତି ଖାଇବାକୁ ଇଚ୍ଛା ରଖିଥାନ୍ତି। ପୂର୍ବରୁ ଏକ ଭିଡିଓ ଭାଇରଲ ହୋଇଥିଲା, ଯେଉଁଥିରେ ହାତୀ ପଣସ ଖାଉଥିବା ଦେଖିବାକୁ ମିଳିଥିଲା।