You are currently viewing ପାହାଡଠୁ ବେଶୀ ପସନ୍ଦ ସମୁଦ୍ର

ପାହାଡଠୁ ବେଶୀ ପସନ୍ଦ ସମୁଦ୍ର

ବର୍ତ୍ତମାନ ସମସ୍ତେ ଚାହାନ୍ତି ନିଜ ବ୍ୟସ୍ତମୟ ଜୀବନ ଭିତରୁ ସମୟ ବାହାର କରି ଘରେ ବାହାରେ ସମୟ ବିତାଇବା । କିନ୍ତୁ ଅନେକଙ୍କୁ ଜଣାନାହିଁ କି ସେମାନେ କେଉଁଠାକୁ ଯିବା ଉଚିତ । ସାଧାରଣତଃ ଏହି ଖରାଋତୁରେ ବୁଲିବା ପାିଁ ଏମିତି କିଛି ସ୍ଥାନ ଅଛି ଯାହା ଲୋକଙ୍କ ମେନ ଡେଷ୍ଟିନେସନ ଭାବରେ ଉଭା ହେଉଛି । ଏହି ସବୁ ସ୍ଥାନକୁ ଲୋକେ ବହୁତ ପସନ୍ଦ କରୁଛନ୍ତି । ଖରାଦିନେ ବୁଲିବା ପାଇଁ ସାଧାରଣତଃ ଗୋଆ, ନୈନିତାଲ ,ଗ୍ୟାଙ୍ଗଟକ, ଆଦି ସ୍ଥାନ ଟପରେ ଅଛି । ଗୁଡ ହସ୍ପିଟାଲଟି ଦେଉଥିବା କମ୍ପାନୀର ଏକ ସର୍ଭେରେ ଏହା ଦାବି କରାଯାଉଛି । ଜୁନ ପ୍ରଥମ ଦୁଇ ସପ୍ତାହରେ ସର୍ବେକ୍ଷଣରେ ପାଖାପାଖି ୨୦୦୦ ଲୋକଙ୍କ ରାୟ ନିଆଯାଇଥିଲା । ଏଥିରୁ ସମସ୍ତଙ୍କୁ ବଶେୀ ପସନ୍ଦ ଆସିଥିଲା ଗୋଆ । ଗୋଆ ଦୃଷ୍ଟିକୋଣରୁ ଏହା ପ୍ରମାଣିତ ହେଉଛିକି ପାହାଡ ଠାରୁ ଲୋକେ ବେଶୀ ପସନ୍ଦ କରୁଛନ୍ତି ସମୁଦ୍ରକୁ । ସର୍ଭେକାରୀ ସଂସ୍ଥାର ଭାଇସ ପ୍ରେସିଡେଣ୍ଟଙ୍କ କହିବା ଅନୁଯାୟୀ ଫ୍ୟାମିଲି ଟ୍ରିପରେ ଆସୁଥିବା ପର୍ଯ୍ୟଟକ ବେଶୀ ପାହାଡିଆ ସ୍ଥାନକୁ ନଯାଇ ବିଶେଷଭାବେ ସମୁଦ୍ର କୂଳିଆ ସ୍ଥାନକୁ ବେଶୀ ପସନ୍ଦ କରୁଛନ୍ତି । ବସ୍ତାପ୍ୟାକ ଏଡଭେଚରର ଫାଉଣ୍ଡର କହିଛନ୍ତିକି ଋଷିକେଶରେ ଭିଡ ବହୁତ ବଢିବାରେ ଲାଗିଛି । ଏଭଳି ସ୍ଥାନରେ କେମ୍ପିଙ୍ଗ, ରାପିଙ୍ଗ, ଭଳି ଅପସନ୍ସ ଉପଲବ୍ଧ ଅଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।