You are currently viewing ଜାଣନ୍ତୁ ଆଲମାରୀରେ  ବାହାରେ ଦର୍ପଣ ରଖିବା ଉଚିତ୍ କି ନୁହେଁ

ଜାଣନ୍ତୁ ଆଲମାରୀରେ ବାହାରେ ଦର୍ପଣ ରଖିବା ଉଚିତ୍ କି ନୁହେଁ

ଆଜିକାଲି ଲୋକମାନେ ବିଳାସପୂର୍ଣ୍ଣ ଜୀବନ ଅତିକ୍ରମ କରିବା ପାଇଁ ଘରକୁ ଅନେକ ପ୍ରକାର ଜିନିଷରେ ସଜାଉଛନ୍ତି । କହିବାକୁ ଗଲେ ପ୍ରାୟତଃ ଆଲମାରୀ ସାମ୍ନାରେ ଦର୍ପଣ ରହିଥାଏ । ଯାହା ସାମ୍ନାରେ ଠିଆ ହୋଇ ଲୋକେ ସଜବାଜ ହୋଇଥାନ୍ତି । ହେଲେ ବାସ୍ତୁଶାସ୍ତ୍ର ଅନୁସାରେ ଆଲମାରୀ ସାମ୍ନାରେ ଦର୍ପଣ ରଖିବା ଠିକ୍ କି ନୁହେଁ ଆସନ୍ତୁ ଜାଣିବା ।ବାସ୍ତୁଶାସ୍ତ୍ର ଅନୁସାରେ ଆଲମାରୀ ବାହାରେ ଦର୍ପଣ ଲଗାଇବା ଅଶୁଭ ଅଟେ ।

ଏହା କରିବା ଦ୍ୱାରା ଘରେ ନକରାତ୍ମକ ପ୍ରଭାବ ବଢିବାରେ ଲାଗିବା ସହ ପରିବାରର ଆର୍ଥିକ ସ୍ଥିତି ବିଗିଡ଼ି ଥାଏ । ଯାହାଦ୍ୱାରା ପରିବାର କରଜ ଜାଲର ଶିକାର ହୋଇଥାଏ । ଘରେ ଯଦି ଯେକୌଣସି କାଚ କିମ୍ବା ଦର୍ପଣ ଭାଙ୍ଗି ଯାଉଛି ତେବେ ଏହାକୁ ଘରେ ରଖିବା ଉଚିତ୍ ନୁହେଁ । ଏହାଦ୍ୱାରା ଘରେ ଖରାପ ଶକ୍ତି ଆଗମନ କରିଥାଏ । ଏହାର ଦୁପ୍ରଭାବ ପଡ଼ି ପରିବାର ମଧ୍ୟରେ କଳହ ସୃଷ୍ଟି ହୋଇଥାଏ । ଏହା ବ୍ୟତୀତ, ଯେକୌଣସି ଦର୍ପଣ ଅଚାନକ ଭାଙ୍ଗିବା ଆମକୁ ଏହା ସଙ୍କେତ ଦେଇଥାଏ ଯେ, କିଛି ବିପଦ ଆସିଥିଲା ଯାହା ଏହି ଦର୍ପଣ ଦ୍ୱାରା ଯାଇ ଭାଙ୍ଗିଗଲା । ତେବେ ଏହି ଦର୍ପଣକୁ ଘରୁ ବାହାର କରିବା ଶୁଭଫଳ ଦେଇଥାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।