ଭାସମାନ ସହର

ସାଉଥ କୋରିଆର ତିଆରିହେବାକୁ ଯାଉଛି ପାଣିରେ ପହଁରୁଥବା ସହର । ବୁସାନ ସହରରେ ଏହି ପାଣିରେ ପହଁରୁଥିବା ସହର ତିଆରି ହେବାକୁ ଯାଉଛି । ଏହା ଶୁଣି କେହି ବି ବିଶ୍ୱାସ କରିପାରିବେ ନାହିଁ । ଏହାହେବ ଦୁନିଆର ପ୍ରଥମ ପହଁରୁଥବା ସହର ।ଏହି ସହରର ପ୍ରୋଟାଟାଇପ କରାଯାଉଛି । ବୈଜ୍ଞାନିକ ମାନେ ସଂଯୁକ୍ତ ରାଷ୍ଟ୍ରର ସମର୍ଥନରେ ଏହାକୁ ପ୍ରସ୍ତୁତ କରୁଛନ୍ତି । ଏହି ପ୍ରକଳ୍ପର ଘୋଷଣା ଗଲାବର୍ଷ କରାଯାଇଥିଲା । ୧୫.୫ଏକର କ୍ଷେତ୍ର ଫଳରେ ପ୍ରସ୍ତୁତ ଏହି ସହରରେ ପ୍ରାୟ ୧୨୦୦ ଲୋକ ବାସକରିପାରିବେ । ପାଣିରେ ପହଁରୁଥିବା ଏହି ସହରକୁ ତିଆରି କରିବା ପାଇଁ ୧୫ଅରବରୁ ଅଧିକ ଟଙ୍କା ଖର୍ଚ୍ଚ କରାଯିବ । ୨୦୨୫ ସୁଦ୍ଧା ଏହି ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବ । ଫିଲିପ ହାଇକମାଣ୍ଡ ଏହି ସହର ବିୟେରେ ଅନେକ କଥା କହିଛନ୍ତି ।

ଫିଲିପ ହାଇକାର୍ଡୋଙ୍କ କହିବା ଅନୁସାରେ ଏପରି ଭାସମାନ ସହର ନିର୍ମାଣ କରି ଆମେ ଏହା ଦେଖାଇବାକୁ ଚାହୁଁଛୁକି ଆଧାରଭୂତ ସଂରଚନା ତଟୀୟ ସହର ପାଇଁ ନୂଆ ଭୂମି ପ୍ରସ୍ତୁତ କରାଯାଇଥାଏ । ସମୁଦ୍ରରେ ବଢୁଥିବା ଜଳସ୍ତର ସହ ଲଢିବା ପାଇଁ ସ୍ଥାୟୀ ଜାଗାର ଆବଶ୍ୟକ ହୋଥାଏ । ସେ ଆହୁରି ମଧ୍ୟ କହିଛନ୍ତିକି ଏହି ପ୍ରକଳ୍ପ କରିବାର ଉଦ୍ଦେଶ୍ୟ ହେଉଛି ଆମେ ସେହିମାନଙ୍କୁ ସାହାର୍ଯ୍ୟ କରିବାକୁ ଚାହୁଁଛୁ ଯେଉଁମାନଙ୍କର ଅସ୍ତିତ୍ୱ ଉପରେ ସମୁଦ୍ରର ବଢୁଥବା ଜଳସ୍ତର ବିପଦ ସୃଷ୍ଟି କରିଥାଏ । କାରଣ ପ୍ର।କୃତିକ ବିପର୍ଯ୍ୟୟ ସମୟରେ ଲୋକେ ନିଜ ଘର ଛାଡିବାକୁ ବାଧ୍ୟ ହେଉଛନ୍ତି । ସେଥିପାଇଁ ଏହି ଭାସମାନ ସହରକୁ ଆହୁରି ସୁନ୍ଦର କରିବା ପାଇଁ ନୀଳ ଲୋଗୁନରେ ବସାଯିବ । ଏହି ସହରରେ ଅନେକ ପ୍ରକାର ଫୁଲ ରହିବ । ସହରକୁ ଅଲଗା ଅଲଗା ଇଲାକାରେ ବିଭକ୍ତ କରାଯିବ । ରିସର୍ଚ୍ଚ ପାଇଁ ମଧ୍ୟ ଏଠାରେ ସୁବିଧା ରହିବ ।

Leave A Reply

Your email address will not be published.

6 + 15 =