ଉଡୁଥିବା ହୋଟେଲ

ଆପଣ ସାଧାରଣତଃ ଭୂମି ଉପରେ ୫ତରାକା କିମ୍ବା ୭ ତରକା ବିଶିଷ୍ଟ ହୋଟେଲ ମାନ ଦେଖିଥିବେ । କିନ୍ତୁ ଭବିଷ୍ୟତରେ ଆପଣଙ୍କୁ ଆକାଶରେ ଉଡୁଥିବାର ହୋଟେଲ ଦେଖାଯିବ । ଏହି ହୋଟେଲରେ ମଧ୍ୟ ସ୍ୱିମିଙ୍ଗ୍‌ପୁଲ ଓ ଶପିଙ୍ଗମଲ ଦେଖିବାକୁ ପାଇବେ । ଏବେ ଆପଣ ଅନ୍ଦାଜ ଲଗାଇପାରୁଥିବେ କି ଏହି ହୋଟେଲ କେତେ ବଡ ହୋଇଥିବ । ଏହି ହୋଟେଲରେ ଏକାବେଳେ ୫ ଜହାର ଯାତ୍ରୀ ଯାତ୍ରା କରିପାରିବେ । ସବୁଠୁ ଖାସ କଥା ହେଉଛି ଏହି ହୋଟେଲ ବିନା ଲ୍ୟାଣ୍ଡ କରି ମାସମାସ ଧରି ଉଡିପାରିବ ।

ଏହି ଉଡୁଥିବା ହୋଟେଲ ଏକ ପ୍ରକାରର ଜାହାଜ ସଦୃଶ ଅଟେ । କୁହାଯାଉଛି କି ଏହିହୋଟଲରେ ୨୦ଟି ଇଞ୍ଜିନ ଥିବ । ଏହି ଉଡୁଥିବା ହୋଟେଲରେ ଏପରି ସୁବିଧା ରହିବ କି ପୁରା ମାସେ ଯାଏଁ ଏହି ହୋଟେଲ ତଳକୁ ଓହ୍ଲାଇବ ନାହିଁ । ଏହି ହୋଟେଲକୁ ନେବା ଆଣିବା କରିବା ପାଇଁ ଆଜିକାଲିର ପ୍ଲେନ ରହିବ । ଏହି ପ୍ଲେନ ଯାତ୍ରୀଙ୍କ ସହ ଖାଦ୍ୟ ସାମଗ୍ରୀ ଓ ଅନ୍ୟାନ୍ୟ ଦରକାରୀ ବସ୍ତୁକୁ ବିମାନ ଦ୍ୱାରା ହେଟେଲରେ ପହଞ୍ଚାଯିବ । ଏହା ପ୍ରଦୁଷଣ ମଧ୍ୟ ପହଞ୍ଚାଇବ ନାହିଁ । କିନ୍ତୁ ନ୍ୟୁକ୍ଲିୟର ପାୱାର ଦ୍ୱାରା ଉଡାନ କରିବ । ଏଥିପାଇଁ ଏହା ମାସ ମାସ ଧରି ଆକାଶରେ ଉଡିପାରିବ । ଏହି ବିମାନ ଉପରେ ଏକ ବଡ ହଲ ମଧ୍ୟ ତିଆରି କରାଯିବ । ଏହାଦ୍ୱାରା ଆପଣ ନିଜ ଚତୁôଃପାଶ୍ୱର୍କୁ ଦେଖିପାରିବେ । ଲୋକମାନେ ଏହାକୁ ‘ହବାଇ ଟାଇଟାନିକ’ର ନାମ ଦେଇଛନ୍ତି । କିନ୍ତୁ ଏହା କ୍ରାଶ ହେବାର ବିପଦ ମଧ୍ୟ ଅଛି ।

Leave A Reply

Your email address will not be published.

3 × 2 =