You are currently viewing ପ୍ରତି ସେକେଣ୍ଡରେ ଗାଏବ ହେଉଛି ପାଣି

ପ୍ରତି ସେକେଣ୍ଡରେ ଗାଏବ ହେଉଛି ପାଣି

ଆମେରିକାର କାଲିଫର୍ଣ୍ଣିଆରେ ଏକ ହ୍ରଦ ଅଛି ଯାହା ଦୁଇଜଣ ଲୋକଙ୍କ ପାଇଁ ଆଶ୍ଚର୍ଯ୍ୟକର ପାଲଟିଛି । ଏହି ହ୍ରଦରେ ଏକ ବିଶାଳକାୟ ନର୍କ ର ଦ୍ୱାର ଅଛି । ଯାହା ୭୨ ଫୁଟ ଚଉଡା ବିଶିଷ୍ଟ ହେବ । ଏହି ଦ୍ୱାରକୁ କିଛି ଲେକ ଗ୍ୟାଲେରୀ ହଲ ବୋଲି ମଧ୍ୟ କହିଥାଆନ୍ତି । ସ୍ଥାନୀୟ ଲୋକେ ଏହି ଅଜୀବ ଗରିବ ଘଟଣାକୁ ନେଇ ଆଶ୍ଚର୍ଯ୍ୟରେ ପଡିଯାଇଛନ୍ତି । କାଲିଫର୍ଣ୍ଣିଆର ପୂର୍ବ ନାପାରେ ଏହି ହ୍ରଦ ଅବସ୍ଥିତ । ଯାହାର ନାମ ବୋରିସା ଅଟେ । ଏହି ହ୍ରଦରେ ପାଣି ଅଧିକ ହୋଇଥିବାରୁ ୭୨ ଫୁଟର ଏକ ସୁରଙ୍ଗ ହୋଇଯାଇଛି । ଏହି ସୁରଙ୍ଗ ନାଲିର କାମ କରୁଛି । ଯେଉଁଥିରେ ହ୍ରଦରୁ ଅତିରିକ୍ତ ପାଣିକୁ ବାହାର କରୁଛି । କହିବାକୁ ଗଲେ ଏହି ହ୍ରଦଟି ପ୍ରାକୃତିକ ନୁହେଁ । ଏହାର ନିର୍ମାଣ ମଣିଷ ମାନେ କରିଥିଲେ । ଏହାର ଦ୍ୱାରକୁ ବହୁତ କମ୍ ଖୋଲା ଯାଇଥାଏ । ତେବେ ଆସନ୍ତୁ ଜାଣିବା ନର୍କର ଦ୍ୱାର କ’ଣ ?

ଏହି ହ୍ରଦର ପାଣି ଚକ୍ରି ପରି ଘୁରି ବାହାରକୁ ଆସିଥାଏ । ଯାହାକୁ ଦେଖିଲା ପରେ ମଣିଷର ମୁଣ୍ଡ ଘୁରାଇବାକୁ ଲାଗିଥାଏ । ଏକ ରିପୋର୍ଟରୁ ପ୍ରକାଶ ଯେ ଏହି ହ୍ରଦରେ ଅଧିକ ପାଣି ଜମା ହେବାକୁ ଲାଗିଛି । ଫଳରେ ଅତିରିକ୍ତ ପାଣି ଏହି ବିଶାଳକାୟ ଛିଦ୍ର ଦ୍ୱାରା ବାହାରିଥାଏ । ଏହା ଏକ ଭଅଁର ଆକୃତିର ଦେଖାଯାଇଥାଏ । ମାଣ୍ଟିସିଲୋ ଡ୍ୟାମ ଉପରେ ଏହି ହ୍ରଦର ନିର୍ମାଣ କରାଯାଇଛି । କାଳିଫର୍ଣ୍ଣିଆର ଏକ ପାହାଡିଆ ଇଲାକାରେ ନାପା କାଓଁଟି ଦ୍ୱାରା ହୋଇଥିବା ଏହା ସବୁଠୁ ବଡ ଝିଲ୍ଲୀ ଅଟେ । ଏଥିରେ ଥିବା କଂକ୍ରିଟ ବନ୍ଧର ଉଚ୍ଚତା ୩୦୪ ଫୁଟ ଅଟେ । ଯାହାପାଇଁ ଏହି ହ୍ରଦ ତିଆରି ହୋଇଛି । ୧୯୫୩ ମସିହାରୁ ୧୯୫୭ ମସିଯା ପର୍ଯ୍ୟନ୍ତ ଏହି ଛିଲ୍ଲୀକୁ ତିଆରି କରାଯାଇଥିଲା । ଏହା ଦ୍ୱାରା ଇଞ୍ଜିନିୟର ମାନେ ଗ୍ୟାଲେରୀ ହଲକୁ ଅତିରିକ୍ତ ପାଣି କାଢିବାରେ ବ୍ୟବହାର କରୁଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।