You are currently viewing ଘୋଡାର ମୂଲ୍ୟ ୨୩ ଲକ୍ଷ ଟଙ୍କା

ଘୋଡାର ମୂଲ୍ୟ ୨୩ ଲକ୍ଷ ଟଙ୍କା

ଆଜି କାଲି ଲୋକଙ୍କ ସହ ଠକାମି ହେବାର ଅନେକ କାରଣ ଆସୁଛି । ସେହିପରି ଏପରି ଏକ ଠକାମି ଘଟଣା ସାମ୍ନାକୁ ଆସିଛି ଯାହା ବିଷୟରେ ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ । ଘଟଣାଟି ହେଉଛି ପଞ୍ଜାବର ।ଜଣେ ବ୍ୟକ୍ତି ଘୋଡା କିଣି ୨୩ଲକ୍ଷ ଟଙ୍କାର ଠକାମିରେ ପଡିଛନ୍ତି । ସେହିପରି ଆଉଏକ ଠକାମିରେ ଜଣେ ବ୍ୟକ୍ତି ୩୭.୪୧ ଲକ୍ଷ ଠକାମିରେ ପଡିଛନ୍ତି । ପ୍ରଥମ ଘଟଣାଟି ସଂଜରୁର ଜିଳ୍ଲାର ହୋଇଥିବାବେଳେ ଦ୍ୱିତୀୟଘଟଣାଟି ମାମଲା ଥାନା ଅନ୍ତର୍ଗତ ଚିମା ନିକଟବର୍ତ୍ତୀ ଅଟେ । ତିନିଜଣ ବ୍ୟକ୍ତି ମିଶିକରି ରମେଶ ନାମକ ବ୍ୟକ୍ତିଙ୍କୁ କଳାଘୋଡା ବିକ୍ରିକରିଥିଲେ । କିନ୍ତୁ ସେ ଯେତେବେଳେ ଘରକୁ ଯାଇ ଘୋଡାଟିକୁ ଗାଧୋଇଲେ ସେ ନାଲି ରଙ୍ଗର ବାହାରିଲା । ରମେଶଙ୍କ କହିବା ଅନୁସାରେ ସେ ୩ଜଣ ଠକଙ୍କୁ କଳା ଘୋଡା ପାଇଁ ୨୩ଲକ୍ଷ ଟଙ୍କା ଦେଇଥିଲେ । ରମେଶଙ୍କୁ ଏହି ଘଟଣା ଆଶ୍ଚର୍ଯ୍ୟ କରିଦେଇଥିଲାକି କଳାଘୋଡା କିଣିବାକୁ ଯାଇଥିଲେ କିନ୍ତୁ ଘରକୁ ନେଲା ପରେ କଳା ରଙ୍ଗ ବଦଳରେ ନାଲି ଦେଖିବାକୁ ପାଇଥିଲେ । ପୋଲିସ ଏହି ମାମଲାରେ ଆରୋପୀଙ୍କ ବିରୋଧରେ କେସ ରୁଜୁ କରିଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।