ଭାରତର ସବୁଠାରୁ ବଡ ରହସ୍ୟମୟୀ ମନ୍ଦିର

ଭାରତରେ ଏପରି କିଛି ମନ୍ଦିର ଅଛି ଯାହାର ରହସ୍ୟ ଉପରୁ ଆଜି ଯାଏଁ ପରଦା ଉଠିପାରି ନାହିଁ । ଏପରି ଏକ ମନ୍ଦିର ଅଛି ଯେଉଁଠାରେ ୯୯ ଲକ୍ଷ ୯୯ ହଜାର ୯୯୯ ଟି ପଥର ମୂର୍ତ୍ତି ଅଛି । ଏହି ମନ୍ଦିରର ରହସ୍ୟ ବିଷୟରେ ଅନେକ ବିଦ୍ୱାନ ମାନେ ମଧ୍ୟ ବୁଝିବାକୁ ଚେଷ୍ଟା କରିଥିଲେ ହେଲେ କୌରସି ଫଳ ମିଳିପାରି ନଥିଲା । ଏହି ମନ୍ଦିରରେ ୯୯ ଲକ୍ଷ ୯୯ ହଜାର ୯୯୯ ମୂର୍ତ୍ତି ହେଉଛି ରହସ୍ୟର କାରଣ । କାହିଁକି ଏବଂ କେବେ ଏହି ମୂର୍ତ୍ତିକୁ ତିଆରି କରିଥିଲେ ତାହା ଏବେବି ରହସ୍ୟାବୃତ୍ତ । ବଡ ରହସ୍ୟର କାରଣ ହେଉଛିକି ଏକ କୋଟିରୁ ଗୋଟିଏ କୁର୍ତ୍ତି କମ୍ କାହିଁକି ତିଆରି ହୋଇଛି । ଏହାକୁ ନେପଇ ଅନେକ କାହାଣୀ ମାନ ଶୁଣିବାକୁ ମିଳୁଛି । ଏହିପରି ଭାରତରେ ଅନେକ ମୂର୍ତ୍ତି ଓ ମନ୍ଦିର ମାନ ଅଛି ଯାହା ରହସ୍ୟପୂର୍ଣ୍ଣ । ଏପରି ମନ୍ଦିର ଓ ମୂର୍ତ୍ତି ମଧ୍ୟ ଏଥିରେ ସାମିଲ ଅଛି । ଏହି ମନ୍ଦିର ବିଷୟରେ ଜାଣିବା ପାଇଁ ଏଠାକୁ ଆସୁଥିବା ଶ୍ରଦ୍ଧାଳୁ ମାନେ ଜାଣିବାକୁ ଚାହିଁଥାନ୍ତି । କିନ୍ତୁ ଏହି ମୂର୍ତ୍ତିର ରହସ୍ୟ ବିଷୟରେ କେହିବି କିଛି ସମାଧାନ କରିପାରି ନାହାନ୍ତି । ଆସନ୍ତୁ ଜାଣିବା ଏହି ରହସ୍ୟମୟୀ ମନ୍ଦିର ବିଷୟରେ ।

ଏହି ମନ୍ଦିର ବିଷୟରେ ମାନ୍ୟତା ଅଛିକି ଏକଦା ଭଗବାନ ଶିବ ଲକ କୋଟି ଦେବାଦେବୀଙ୍କ ସହ କେଉଁଆଡେ ଯାଉଥିଲେ । ସମସ୍ତ ଦେବାଦେବୀ ଶୋଇଯାଇଥିଲେ । ସକାଳୁ ଯେବେ ଭଗବାନ ଶଙ୍କର ଉଠିଲେ ସେବେ ସମସ୍ତ ଦେବାଦେବୀ ଶୟନ କରୁଥିଲେ । ଭଗବାନ ଶଙ୍କର କ୍ରୋଧିତ ହୋଇ ଅଭିଶାପ ଦେଲେ ଫଳରେ ସମସ୍ତ ଦେବତା ପଥର ହୋଇଯାଇଥିଲେ । ୯୯ଲକ୍ଷ୯୯ହଜାର୯୯୯ ମୂର୍ତ୍ତିର ଏହା କାରଣ ଅଟେ । ଏହି ମନ୍ଦିର ତ୍ରିପୁରାର ରାଜଧାନୀ ଅଗରତାଲା ଠାରୁ ଅନାକୋଟି ମନ୍ଦିର ନିକଟରେ ୧୪୫ କିଲୋମିଟର ଦୂରରେ ଅବସ୍ଥିତ । ଏହା ଭାରତର ସବୁଠାରୁ ବଡ ରହସ୍ୟମୟୀ ମନ୍ଦିର ଅଟେ ।

Leave A Reply

Your email address will not be published.

19 − 12 =